ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 34 ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି। ଉତ୍ତରପ୍ରଦେଶର ବାରାଣସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 195ଟି ସିଟ୍ ମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ 51ଟି, ପଶ୍ଚିମବଙ୍ଗରୁ 26, ମଧ୍ୟପ୍ରଦେଶରୁ 24, ଗୁଜରାଟରୁ 15, ରାଜସ୍ଥାନରୁ 15, ଆସାମ, ଝାଡ଼ଖଣ୍ଡ ଓ ଛତିଶଗଡ଼ ପ୍ରତ୍ୟେକ ରାଜ୍ୟରୁ 11ଟି ଲେଖାଏଁ ଆସନ, ତେଲେଙ୍ଗାନାରୁ 9, ଦିଲ୍ଲୀରୁ 5, ଜାମ୍ମୁ କାଶ୍ମୀରରୁ 2, ଉତ୍ତରାଖଣ୍ଡରୁ 3, ଅରୁଣାଚଳପ୍ରଦେଶରୁ 2ଟି, ଗୋଆ, ତ୍ରିପୁରା, ଆଣ୍ଡାମାନ ନିକୋବର, ଡାମନ ଡିଓ ଏ ସବୁ ସ୍ଥାନରୁ ଗୋଟିଏ ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ତାଲିକାରେ ଓଡ଼ିଶାର 21ଟି ଲୋକସଭା ଆସନ ମଧ୍ୟରୁ କୌଣସି ପ୍ରାର୍ଥୀ ପାଇଁ ଘୋଷଣା ହୋଇନାହିଁ। ବିଦ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ।
ଅଧିକ ପଢ଼ନ୍ତୁ ଦେଶ ଖବର: