ଅଧିକ ପଢ଼ନ୍ତୁ: ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ ମୋଦି
ଏହି ସମ୍ମିଳନୀରେ ୩୦ରୁ ଅଧିକ ଦେଶରୁ ଅନ୍ତର୍ଜାତୀୟ ପ୍ରତିନିଧିମାନେ ଯୋଗଦେଇଛନ୍ତି। ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ଵବିଦ୍ୟାଳୟ ପଡିଆରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ବାରାଣାସୀ କ୍ୟାଣ୍ଟ ଷ୍ଟେସନରୁ ଗୋଦୋଲିଆ ପର୍ଯ୍ୟନ୍ତ ଯାତ୍ରୀବାହୀ ରୋପୱେର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବଲଭିଆ ଏବଂ ମେକ୍ସିକୋ ପରେ ଭାରତର ବାରାଣାସୀ ହେବ ତୃତୀୟ ସହର ଯେଉଁଠି ପବ୍ଲିକ୍ ଟ୍ରାନ୍ସପୋର୍ଟ ରୋପଓ୍ବେ ବ୍ୟବସ୍ଥା କରାଯିବ ।
ଏହି ପ୍ରକଳ୍ପର ବ୍ୟୟ ପ୍ରାୟ ୬୪୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ ନମାମି ଗଙ୍ଗା ଯୋଜନା ଅଧୀନରେ ଭଗବାନପୁର ଠାରେ ୫୫ ଏସ୍ଏଲ୍ଡି ବର୍ଜ୍ୟ ପରିଚାଳନା ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ଵାରା ନିର୍ମିତ ହେବାକୁ ଥିବା ଇସରୱାର ଗ୍ରାମରେ ଏଲପିଜି ବଟଲିଂ ପ୍ଲାଣ୍ଟର ମଧ୍ୟ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ। ସେହିପରି ଜଳ ଜୀବନ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ୧୯ ଟି ପାନୀୟ ଜଳ ଯୋଜନା ଗୁଡିକର ଉତ୍ସର୍ଗ କରିବେ, ଯାହା ଦ୍ଵାରା ୬୩ଟି ଗ୍ରାମ ପଞ୍ଚାୟତର ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏହାସହ ଅନ୍ୟ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।