ତେବେ ସହଜ ନଥିଲା ଏ ଯାତ୍ରା । ରାମଙ୍କ ଜନ୍ମ ସ୍ଥାନରେ ଏତେ ବଡ ଭବ୍ୟ ମନ୍ଦିର । ଆଉ ଏହି ମନ୍ଦିରକୁ ଗଢି ତୋଳିବା ପାଇଁ ପ୍ରତ୍ୟେକ ପାହାଚ ଏକ ଇତିହାସ । ଏହା କିଛି ଛୋଟ କଥା ନୁହେଁ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆମେ ସମସ୍ତେ ବଡ ଭାଗ୍ୟବାନ । ପୁରା ଦେଶ ରାମଙ୍କ ଆଗମନ ପାଇଁ ପ୍ରସ୍ତୁତ । ସମସ୍ତଙ୍କ ମନରେ ଉତ୍କଣ୍ଠା । ଖାଲି ଦେଶ କ'ଣ ପୁରା ବିଶ୍ୱ ପ୍ରଭୁ ଶ୍ରୀରାମଙ୍କୁ ପାଇ ଆଜି ଖୁସି । ଆତ୍ମବିଭୋର । ତାଙ୍କ ଉପସ୍ଥିତି ସମସ୍ତଙ୍କୁ ସଠିକ ମାର୍ଗରେ ନେବା ପାଇଁ ବାଟ କଢେଇବ । ନିଜ କର୍ତ୍ତବ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବ ।
ଶ୍ରୀ ରାମ ଆମ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଐତିହ୍ୟର ସର୍ବୋତ୍ତମ ଦିଗଗୁଡ଼ିକୁ ସୂଚିତ କରନ୍ତି । ଶ୍ରୀ ରାମଙ୍କ ଜୀବନ ଏବଂ ଆଦର୍ଶ ଅନେକଙ୍କୁ ପ୍ରେରିତ କରେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କରିଥିଲେ । ଏନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ।