ପ୍ରାକୃତିକ ଶୋଭାରେ ପରିପୂର୍ଣ ଶିମଳାର ମସୋବରା ପାହାଡ ଉପରେ ଅବସ୍ଥିତ ରାଷ୍ଟ୍ରପତି ନିବାସ । ଏହା ରିଟ୍ରିଟ ବିଲଡିଙ୍ଗ ନାମରେ ବି ପରିଚିତ । ୧୦,୬୨୮ ବର୍ଗ ଫୁଟର ଏହି ବିଲଡିଙ୍ଗକୁ ଶିମଳାର ତତ୍କାଳୀନ ଇଂରେଜ ମେଡ଼ିକାଲ ସୁପରିଣ୍ଟେନଡେଣ୍ଟ ୧୮୫୦ରେ ନିର୍ମାଣ କରିଥିଲେ । ଭାରତର ବ୍ରିଟିଶ ଭାଇସରାୟ ଅର୍ଲ ଅଫ ଏଲଗିନ ପ୍ରଥମ ଥର ପାଇଁ ଏହାକୁ ଭାଇସାରିଗଲ ଭବନ ଭାବେ ବ୍ୟବହାର କରିଥିଲେ । ତାଙ୍କ ପରେ ଭାରତର ଇଂରେଜ ଭାଇସରାୟମାନେ ଗ୍ରୀଷ୍ମ କାଳରେ ଏଠି ବିତାଉଥିଲେ ସମୟ । ସ୍ବାଧୀନତା ପରେ ଏହା ହୋଇଗଲା ଭାରତୀୟ ରାଷ୍ଟ୍ରପତିଙ୍କ ନିବାସ । ରାଷ୍ଟ୍ରପତିଙ୍କ ବ୍ୟବହାର ପାଇଁ ଏହାକୁ ସବୁବେଳେ ପ୍ରସ୍ତୁତ । ଏଠି ପାଇଁ ଏଠାରେ ୧୩ ଜଣ ମାଳି ଓ ଜଣେ ଚୌଧୁରୀ ନିୟୋଜିତ ଅଛନ୍ତି । ସେମାନଙ୍କ ଦରମା ପାଇଁ ବାର୍ଷିକ ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ ।
ହାଇଦରାବାଦର ସିକନ୍ଦରାବାଦରେ ଥିବା ରାଷ୍ଟ୍ରପତି ନିଳୟମ ୧୮୬୦ ରେ ତତ୍କାଳୀନ ନିଜାମଙ୍କ ଦ୍ବାରା ତିଆରି ହୋଇଥିଲା । ବ୍ରିଟିଶ ଅମଳରେ ଏହା ଥିଲା ଇଂରେଜ ରେଜିଡେଣ୍ଟଙ୍କ କଣ୍ଟ୍ରି ହାଉସ । ୧୯୪୮ରେ ଏହା ଆସିଲା ଭାରତ ସରକାରଙ୍କ ଅଧିନକୁ । ଆଉ ପାଲଟି ଗଲା ରାଷ୍ଟ୍ରପତି ନିଳୟମ ବା ରାଷ୍ଟ୍ରପତିଙ୍କ ନିବାସ । ୯୦ ଏକରରେ ପରିବ୍ୟାପ୍ତ ଏହି ରାଷ୍ଟ୍ରପତି ଭବନରେ ୧୧ଟି କୋଠରି । ଏଠି ଅଛି ଡାଇନିଂ ହଲ, ସିନେମା ହଲ, ଦରବାର ହଲ । ଏକ ସୁଡଙ୍ଗ ଯୋଡୁଛି ଦୁଇଟି ଡାଇନିଂ ହଲ କୁ । ଏହା ଏକ ଇକୋ ଫ୍ରେଣ୍ଡଲି କମ୍ପ୍ଲେକ୍ସ ଯେଉଁଠି ସୌର ଶକ୍ତି ଓ ବର୍ଷା ଜଳର ସଦୁପଯୋଗ ହୁଏ । ଏଠାରେ ଅଛି ଏକ ବିରାଟ ଔଷଧୀୟ ବଗିଚା ଯେଉଁଠି ଲଗା ଯାଇଛି ୧୧୬ ପ୍ରକାର ଔଷଧୀୟ ଉଦ୍ଭିଦ ।
ରାଷ୍ଟ୍ରପତି ନିଳୟମର ନକ୍ଷତ୍ର ବାଟିକାରେ ନବଗ୍ରହ, ୧୨ ରାଶି ଓ ୨୭ ନକ୍ଷତ୍ରଙ୍କ ପ୍ରତୀକ ଭାବେ ଲଗା ଯାଇଛି ବିଭିନ୍ନ ବୃକ୍ଷ । ବୈଦିକ ଜ୍ୟୋତିଷ ଓ ଶ୍ରୀଚକ୍ର ଆଧାରିତ ଅନେକ ଡିଜାଇନ ଶୋଭା ପାଉଛି ନକ୍ଷତ୍ର ବାଟିକାରେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।