ଶ୍ରୀ ଆବେଙ୍କ ସହ ମୋର ସହଭାଗିତା ବହୁ ବର୍ଷ ପୁରୁଣା । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ମୋର କାର୍ଯ୍ୟକାଳ ମଧ୍ୟରେ ମୁଁ ତାଙ୍କୁ ଜାଣିବାକୁ ପାଇଥିଲି ଏବଂ ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ଆମର ବନ୍ଧୁତା ଜାରି ରହିଥିଲା । ଅର୍ଥନୀତି ଏବଂ ବିଶ୍ୱବ୍ୟାପାର ଉପରେ ତାଙ୍କର ତୀକ୍ଷ୍ଣ ଜ୍ଞାନ ମୋ ଉପରେ ସର୍ବଦା ଗଭୀର ପ୍ରଭାବ ପକାଉଥିଲା ।
ମୋର ନିକଟରେ ଜାପାନ ଗସ୍ତ ସମୟରେ, ମୁଁ ଶ୍ରୀ ଆବେଙ୍କୁ ପୁଣିଥରେ ଭେଟିବା ଏବଂ ଅନେକ ବିଷୟ ଉପରେ ଆଲୋଚନା କରିବାର ସୁଯୋଗ ପାଇଥିଲି । ସେ ସବୁଥର ପରି ଚତୁର ଏବଂ ବୁଦ୍ଧିମାନ ଥିଲେ । ମୁଁ ଜାଣି ନଥିଲି ଯେ ଏହା ଆମର ଶେଷ ସଭା ହେବ । ତାଙ୍କ ପରିବାର ଏବଂ ଜାପାନବାସୀଙ୍କୁ ହୃଦୟରୁ ସମବେଦନା ଜଣାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ-ଜାପାନ ସମ୍ପର୍କକୁ ଏକ ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ଏବଂ ଗ୍ଲୋବାଲ୍ ପାର୍ଟନରସିପ୍ ସ୍ତରକୁ ଉନ୍ନୀତ କରିବାରେ ଶ୍ରୀ ଆବେଙ୍କର ଅତୁଳନୀୟ ଅବଦାନ ରହିଛି ।
ସିଞ୍ଜୋଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଭାରତ ତରଫରୁ ଆସନ୍ତା କାଲି ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯିବ ବୋଲି ମଧ୍ୟ ଟ୍ବିଟ୍ ମାଧ୍ୟମରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ବତନ୍ତ୍ର ରଣନୈତିକ ଏବଂ ବୈଶ୍ବିକ ଭାଗିଦାରୀତା ମାଧ୍ୟମରେ ଜାପାନ-ଭାରତର ସମ୍ପର୍କକୁ ଆଗକୁ ନେବାରେ ଆବେଙ୍କର ବଡ଼ ଭୂମିକା ରହିଥିଲା । ତାଙ୍କ ମୃତ୍ୟୁରେ ଏବେ ସାରା ଭାରତ ଶୋକ ପ୍ରକାଶ କରିବା ସହିତ ଏହି ଦୁଃଖ ସମୟରେ ଜାପାନବାସୀ ଭାଇ ଭଉଣୀଙ୍କ ସହ ଭାରତ ଦୃଢ଼ ଭାବରେ ଠିଆ ହୋଇଛି ବୋଲି ଟ୍ବିଟ୍ ମାଧ୍ୟମରେ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।