ଅଧିକ ପଢନ୍ତୁ : ୧୮୮ ରନରେ ଅଲଆଉଟ ଅଷ୍ଟ୍ରେଲିଆ
ମିଚେଲ ମାର୍ସଙ୍କୁ ଛାଡି ଅନ୍ୟ କହି ବ୍ୟାଟ୍ସମାନ ଭାରତୀୟ ବୋଲିଂ ଲାଇନର ସମ୍ମୁଖୀନ ହୋଇପାରି ନଥିଲେ । ସାମି ଓ ସିରାଜଙ୍କୁ ମିଳିଥିଲା ୩ଟି ଲେଖାଏଁ ୱିକେଟ । ତେବେ ୧୮୯ ରନର ବିଜୟ ଲକ୍ଷ୍ୟପୁ ପିଛା କରି ଭାରତ ୩୯.୫ ଓଭରରେ ବିଜୟ ହୋଇଛି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଟ୍ରାଭିସ ହେଡଙ୍କୁ ହରାଇ ଝଟକା ପାଇଥିଲା ।
ଅଧିକ ପଢନ୍ତୁ : ପ୍ରଥମେ ଟସ୍ ଜିତି ବୋଲିଙ୍ଗ କରିବାକୁ ନିଷ୍ପତି ନେଇଥିଲା ଭାରତ
ତେବେ ମିଚେଲ ମାର୍ସ ଓ ଷ୍ଟିଭେନ ସ୍ମିଥ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାର୍ସ ୮୧ ରନ କରି ରବୀନ୍ଦ୍ର ଜାଦେଜାଙ୍କ ବଲରେ ଆଉଟ ହୋଇଥିଲେ । ସ୍ମିଥ ୨୨ରନ କରିଥିଲେ । କିନ୍ତୁ ଏହା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଦଳର ମଧ୍ୟକ୍ରମ ବ୍ଯାଟରମାନେ ସଂପୂର୍ଣ୍ଣ ବିଫଳ ହୋଇଥିଲେ । କେବଳ ଇଙ୍ଗଲିସ୍ ୨୬ ରନ କରିଥିବାବେଳେ ଲାବୁସଚେନ ୧୫ରନ କରିଥିଲେ । ଗ୍ଲେନ ମାକ୍ସଓ୍ବେଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ ।
ଅଧିକ ପଢନ୍ତୁ : ଆଜିଠୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିୟା ଦିନିକିଆ ଶୃଙ୍ଖଳା