ଏହାସହ କେନ୍ଦ୍ରମନ୍ତ୍ରୀ ଅହୁରି ମଧ୍ୟ କହିଛନ୍ତି ଯେ, ‘ଜଣେ ସଫଳ ଉଦ୍ୟୋଗୀ,ବଜାଜର ପୂର୍ବତନ ଚେୟାରମ୍ୟାନ୍ ରାହୁଲ ବଜାଜ ଜୀଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି । ଦୀର୍ଘବର୍ଷ ଧରି ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ରାହୁଲ ଜିଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ରହିଆସିଛି ।‘
ଗତବର୍ଷ ବଜାଜ ଅଟୋ ଘୋଷଣା କରିଥିଲା ଯେ ରାହୁଲ ବଜାଜ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି । ମେ ୧ ତାରିଖରୁ ସେ 5 ବର୍ଷ କାର୍ଯ୍ୟକାଳ ପାଇଁ ଅଟୋ ମେଜରର ଚେୟାରମ୍ୟାନ୍ ଏମିରିଟସ୍ ଭାବରେ ନିଯୁକ୍ତ ହୋଇଥିଲେ । ବଜାଜ ଅଟୋ ପକ୍ଷରୁ କୁହାଯାଇଥିଲା ଯେ ରାହୁଲ ବଜାଜ 1972 ମସିହାରୁ କମ୍ପାନୀ ତଥା ପାଞ୍ଚ ଦଶନ୍ଧି ଧରି ବଜାଜ ଗ୍ରୁପରେ ରହିଆସିଛନ୍ତି ଏବଂ ତାଙ୍କ ବୟସକୁ ଦୃଷ୍ଟିରେ ରଖି ଇସ୍ତଫା ଦେଇଛନ୍ତି ।
यशस्वी उद्योजक, समाजसेवी और बजाज के पूर्व चेयरमैन राहुल बजाज जी को मेरी भावभीनी श्रद्धांजलि। पद्म भूषण से सम्मानित राहुल जी से मेरे अनेक वर्षों से व्यक्तिगत संबंध रहे हैं। — Nitin Gadkari (@nitin_gadkari) February 12, 2022