ରାହୁଲ ମୋଦିଙ୍କ ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ମାନହାନି ମାମଲାରେ ୪ବର୍ଷ ପରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ସୁରତ ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦାଏର ଅପରାଧିକ ମାନହାନି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସୂଚନା ଥାଉ କି, କର୍ଣ୍ଣାଟକର କୋଲାରର ଏକ ରାଲିରେ ମୋଦିଙ୍କ ସରନେମକୁ ନେଇ ରାହୁଲ ଗାନ୍ଧି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଆଇପିସିର ଧାରା ୫୦୪ରେ ଦୋଷୀ ସାବ୍ୟସ୍ତ କଲା କୋର୍ଟ। ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ।
ଅଧିକ ଭାରତ ଖବର ପଢ଼ନ୍ତୁ