ରାହୁଲଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ପାଇଁ ଜିଲ୍ଲା ପ୍ରସାସନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଖୋଦ ଝାଂଜଗିର ଚମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଆପୋଲୋ ହସ୍ପିଟାଲ ପହଁଚି ରାହୁଲଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ରାହୁଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ପରେ ରାହୁଲ ଗାଁ ମାଟିକୁ ଫେରିଛନ୍ତି ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ରାହୁଲଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ଗ୍ରାମବାସୀ। ଏକ ସୂସଜିତ ରଥରେ ରାହୁଳଙ୍କ ଗାଁ ପ୍ରରିକ୍ରମା କରାଯାଇଥିଲା। ସୂଚନା ଥାଉକି, ୧୦୮ ଘଣ୍ଟାର ଜୀବନ ସଂଗ୍ରାମ ପରେ ଛତିଶଗଡ଼ର ଜାଞ୍ଜଗୀର ଚମ୍ପା ଜିଲ୍ଲାର ପିରହିତ ଗାଁରେ ବୋରୱେଲରୁ ଉଦ୍ଧାର ହୋଇଥିଲେ ୧୨ ବର୍ଷର ନାବାଳକ ରାହୁଲ ।
ଡାକ୍ତରଖାନାରେ ଚିକିତ୍ସିତ ହେବା ୧୨ଦିନ ମଧ୍ୟରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥାରେ ଯଥେଷ୍ଟ ସୁଧାର ଆସିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଛନ୍ତି । ଗତ ୧୪ ତାରିଖରୁ ଆପୋଲୋ ମେଡିକାଲରେ ଚିକିତ୍ସିତ ହେଉଥିଲେ ରାହୁଲ ।