ସ୍ଥାନୀୟ ଲୋକଙ୍କ ସହ ଦେଶ ବିଭିନ୍ନ ଅଂଚଳରୁ ପର୍ଯ୍ୟଟକ ଏହି ମେଳାକୁ ବୁଲିବା ପାଇଁ ଆସନ୍ତି । ଏପରିକି ବିଦେଶୀ ପର୍ଯ୍ୟଟକ ବହୁସଂଖ୍ୟାରେ ଏହି ମେଳାକୁ ଆସି ମେଳା ଉପଭୋଗ କରନ୍ତି । ଏଠାରେ ବିଶ୍ବର ସବୁଠୁ ବଡ଼ ଓଟ ମେଳା ଅନୁଷ୍ଠିତ ହୋଇଥାଏ ଯାହା ମେଳାର ପ୍ରମୁଖ ଆକର୍ଷଣ।
ଅର୍ଗସ ବ୍ୟୁରୋ : ରାଜସ୍ଥାନରେ ଆରମ୍ଭ ହୋଇଛି ଇତିହାସ ପ୍ରସିଦ୍ଧ ପୁଷ୍କର ମେଳା । କୋଭିଡ୍ ଯୋଗୁଁ ୨ ବର୍ଷ ଧରି ବନ୍ଦ ରହିଥିବା ଏହି ମେଳା ଚଳିତ ବର୍ଷ ବେଶ୍ ଜାକଜମକରେ ଆରମ୍ଭ ହୋଇଛି । କଳାସଂସ୍କୃତିର ସଂଗମ ଏହି ମେଳାରେ ଓଟ ବିକାକିଣା ମଧ୍ୟ ଏକ ପ୍ରମୁଖ ଆକର୍ଷଣ ।
ସ୍ଥାନୀୟ ଲୋକଙ୍କ ସହ ଦେଶ ବିଭିନ୍ନ ଅଂଚଳରୁ ପର୍ଯ୍ୟଟକ ଏହି ମେଳାକୁ ବୁଲିବା ପାଇଁ ଆସନ୍ତି । ଏପରିକି ବିଦେଶୀ ପର୍ଯ୍ୟଟକ ବହୁସଂଖ୍ୟାରେ ଏହି ମେଳାକୁ ଆସି ମେଳା ଉପଭୋଗ କରନ୍ତି । ଏଠାରେ ବିଶ୍ବର ସବୁଠୁ ବଡ଼ ଓଟ ମେଳା ଅନୁଷ୍ଠିତ ହୋଇଥାଏ ଯାହା ମେଳାର ପ୍ରମୁଖ ଆକର୍ଷଣ।
ଅର୍ଗସ ବ୍ୟୁରୋ: ୪ ଟି ରାଜ୍ୟର ଲୋକସଭା ଆସନ ପାଇଁ ହୋଇଥିବା ଭୋଟ ଗଣତି ଚାଲିଛି । ସବୁଠି ପାଖାପାଖି ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଂଝା ଚାଲିଥିବା ଦେଖିବାକୁ ମିଳୁଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଥିବା ବେଳେ ତା’ର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରେ ବହୁମତ ଠାରୁ ଅଧିକ ଆସନରେ ବିଜେପି ଆଗରେ ରହିଛି । ବିଜେପି ୧୨୪ଟି ଆସନରେ ଆଗରେ ରହିଥିବା ସୂଚନା ମିଳିଛି।
ମଧ୍ୟପ୍ରଦେଶରେ 230 ଆସନ ପାଇଁ 2 ହଜାର 5 ଶହ 33 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ରାଜସ୍ଥାନରେ 199 ଆସନରେ 18 ଶହ, ଛତିଶଗଡ଼ରେ 90 ଆସନରେ 1 ହଜାର 1 ଶହ 81 ଏବଂ ତେଲଙ୍ଗାନାରେ 119 ଆସନରେ 2 ହଜାର 2 ଶହ 90 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଚାଲିଛି ଭୋଟ ଗଣତି। ଦେଶର ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ତା’ର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି ।
ମଧ୍ୟପ୍ରଦେଶରେ ବିଜେପି ୧୪ଟି ଆସନରେ ଓ କଂଗ୍ରେସ ୧୮ଟି ଆସନରେ ଆଗୁଆ ରହିଛି । ରାଜସ୍ଥାନରେ ବିଜେପି ୨୧ଟିରେ ଆସନରେ ଆଗୁଆ ରହିଛି । ଛତିଶଗଡ଼ରେ ବିଜେପି ୧୫ଟିରେ ଓ କଂଗ୍ରେସ ୧୫ଟି ଆସନରେ ରହିଛି । ସେହିପରି ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ୧୦ଟିରେ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି । ଆଗକୁ ଭୋଟ ଗଣତି ଜାରି ରହିବା ସହିତ ଭୋଟ ବ୍ୟବଧାନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ମଧ୍ୟପ୍ରଦେଶରେ 230 ଆସନ ପାଇଁ 2 ହଜାର 5 ଶହ 33 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ରାଜସ୍ଥାନରେ 199 ଆସନରେ 18 ଶହ, ଛତିଶଗଡ଼ରେ 90 ଆସନରେ 1 ହଜାର 1 ଶହ 81 ଏବଂ ତେଲଙ୍ଗାନାରେ 119 ଆସନରେ 2 ହଜାର 2 ଶହ 90 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଡିଭାଇଡର ଭାଙ୍ଗି ବସ୍ କୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବାବେଳେ ୩ ଣ ଗୁରୁତର ଥିବା ସୂଚନା। ମୃତକ ଜଣଙ୍କର ପରିଚୟ ମିଳିନି। କାର ଟି ପଟିଆରୁ ଡ଼ମାନ ଆଡକୁ ଯାଉଥିଲା । କାର ଟି ଦ୍ରୁତ ଗତିରେ ଯାଉଥିଲା ବୋଲି ସୂଚନା। ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମାନ ପଟୁ ଆସୁଥିବା ବସକୁ ପିଟି ଥିଲା । ବସକୁ ପିଟି ହୋଇ ଉଡିଥିଲା କାର । କାର ରେ ଥିଲେ 4 ଜଣ । 3 ଆହତ କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ।
ଅଧିକ ପଢ଼ନ୍ତୁ ଓଡିଶା ଖବର: