ଅଧିକ ପଢନ୍ତୁ : ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ
ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଅଯୋଧ୍ୟାର ପ୍ରତ୍ୟେକ ଉତ୍ସବ ଆହୁରି ଆନନ୍ଦମୟ ହୋଇ ଯାଇଥିଲା । ଏବେ ହୋଲିକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅଯୋଧ୍ୟାବାସୀ ।
ଅର୍ଗସ ବ୍ୟୁରୋ : ରାମଲାଲାଙ୍କୁ ଲାଗିବ ପ୍ରଥମ ହୋଲି । ଅଯୋଧ୍ୟାରେ ଆଜି ଭକ୍ତ ଭଗବାନଙ୍କ ଉଭୟ ରଙ୍ଗରେ ଭିଜିବେ । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ହୋଲି ଖେଳିବେ ରାମଲାଲା । ରାମଲାଲାଙ୍କୁ ରଙ୍ଗ ଲାଗିବା ଖୁସିରେ ଭକ୍ତମାନେ ମଧ୍ୟ ରଙ୍ଗର ପର୍ବକୁ ଖୁସିର ସହ ମନାଉଥିବା ଦେଖିବାକୁ ମିଳିଛି । ସମସ୍ତେ ଗୋଲାପୀ ରଙ୍ଗରେ ହୋଲି ମନାଉଥିବା ଦେଖିବାକୁ ମିଳିଛି । ତେବେ ହୋଲି ଉପଲକ୍ଷେ ଅନେକ ଭକ୍ତ ଅଯୋଧ୍ୟା ରାମଲାଲାଙ୍କ ଦର୍ଶନ ପାଇଁ ମଧ୍ୟ ଆସିଛନ୍ତି ।
ଅଧିକ ପଢନ୍ତୁ : ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ
ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଅଯୋଧ୍ୟାର ପ୍ରତ୍ୟେକ ଉତ୍ସବ ଆହୁରି ଆନନ୍ଦମୟ ହୋଇ ଯାଇଥିଲା । ଏବେ ହୋଲିକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଅଯୋଧ୍ୟାବାସୀ ।
ଅର୍ଗସ ବ୍ୟୁରୋ: ପୁଣି ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ହେଲିକପ୍ଟର ଭିତରେ ପଡିଯାଇଥିଲେ ବୋଲି ସୂଚନା ରହିଛି। ମମତା ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ର୍ୟାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀ ଆହତ ହୋଇଛନ୍ତି । ମମତା ଯେତେବେଳେ ହେଲିକପ୍ଟର ଭିତରକୁ ଯାଉଥିଲେ ସେତେବେଳେ ସନ୍ତୁଳନ ହରାଇ ସେ ପଡିଯାଇଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା କିପରି ରହିଛି ତାହା ଜଣାପଡିନାହିଁ। ଏବେ ନିକଟରେ ମମତା ବାନାର୍ଜୀ ଆହତ ହୋଇଥିଲେ। ପୁଣି ଥରେ ଆହତ ହେବା କାରଣରୁ ଚିନ୍ତା ବଢ଼ୁଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତ୍ରୀ ଶ୍ରୁତି ହାସନ। କୌଣସି ଫିଲ୍ମକୁ ନେଇ ନୁହେଁ, ତାଙ୍କ ରିୟଲ ଲାଇଫକୁ ନେଇ ଶ୍ରୁତି ଏବେ ଖୁବ ଚର୍ଚ୍ଚାରେ। କୁହାଯାଉଛି କି ତାଙ୍କର ବ୍ରେକ ଅପ୍ ହୋଇଛି। ମାନେ ଶ୍ରୁତି ଏବଂ ତାଙ୍କ ବୟଫ୍ରେଣ୍ଡ ଶାନ୍ତନୁ ଏବେ ଅଲଗା ହୋଇଯାଇଛନ୍ତି। ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ହାସନ ଏବଂ ତାଙ୍କ ପ୍ରେମିକ ଶାନ୍ତନୁ ହଜାରିକା। ଦୁହେଁ ଏବେ ଅଲଗା ହୋଇ ଯାଇଛନ୍ତି ଏବଂ ଆଉ ଏକାଠି ନାହାନ୍ତି। ଏହା ଉଭୟଙ୍କର ବ୍ୟକ୍ତିଗତ କାରଣ ଥିଲା ।ଏହା ବ୍ୟତୀତ ସୋସିଆଲ ମିଡିଆରୁ ଉଭୟ ପରସ୍ପରର ପୋଷ୍ଟ ଡିଲିଟ କରିବା ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା। ତେଣୁ ଉଭୟ ଏହାକୁ ପାରସ୍ପରିକ ସହମତିରେ ନେଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ : ଅରୁଣ ଦୀର୍ଘ ସମୟ ଧରି ଘରକୁ ନଫେରିବା କାରଣରୁ ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ । ପରେ ଗୋଟିଏ ଚାଷଜମି ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ତେବେ ବାରାହା ଓ ବନ୍ୟଜନ୍ତୁ ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ ତାର ଲାଗି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି । ବୁଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ଅନୁସାରେ, ଅରୁଣ ଗତ ରାତିରେ ଚାଷ ଜମିକୁ ପାଣି ମଡେଇବା ପାଇଁ ଯାଇଥିଲେ। ଏହି ସମୟରେ ବନ୍ୟା ଜନ୍ତୁ ଶିକାର ଲାଗି ଚାଷ ଜମିରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଅରୁଣ ଦୀର୍ଘ ସମୟ ଧରି ଘରକୁ ନ ଫେରିବା କାରଣରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ। ପରେ ଚାଷଜମି ନିକଟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିଥିଲେ ।