ଅର୍ଗସ ବ୍ୟୁରୋ : ଆମେ ସମସ୍ତେ ଜଣେ ଜଣେ ଅଭିନେତା ହୋଇ ପାରିଛେ କେବଳ ତାଙ୍କ ପାଇଁ । ଫିଲ୍ମ ଜଗତର ସେ ହେଉଛନ୍ତି ଆଦର୍ଶ । ବଲିଉଡର ଷ୍ଟାର ଆକ୍ଟର ଶାହାରୁଖ ଖାନଙ୍କୁ ଏପରି କହିଛନ୍ତି ଆକ୍ଟର ରଣବୀର ସିଂ । ରଣବୀରଙ୍କ ଆଗାମୀ ଫିଲ୍ମ ସର୍କସର ଟ୍ରେଲର ଲଞ୍ଚରେ ସେ ଶାହାରୁଖ ଖାନଙ୍କୁ ଏପରି କହିଛନ୍ତି । ଏକ ଗଣମାଧ୍ୟମର ସାକ୍ଷାତକାରରେ ସେ କହିଛନ୍ତି,ଆମେ ସମସ୍ତେ ଶାହାରୁଖ ଖାନଙ୍କ ପାଇଁ ହିଁ ଅଭିନୟ ଜଗତକୁ ଆସି ଅଭିନେତା ହୋଇପାରିଛୁ । ବଲିଉଡରେ ସେ ଜଣେ ନାମୀଦାମୀ ଆକ୍ଟର । ସେ ହେଉଛନ୍ତି ଆମମାନଙ୍କ ପାଇଁ ଆଦର୍ଶ । ସେ ତାଙ୍କ ଜୀବନକାଳ ମଧ୍ୟରେ ଯେତେ କିଛି ହାସଲ କରିଛନ୍ତି ,ଯଦି ମୁଁ ସେଥିରୁ ଅଳ୍ପକିଛି କରିପାରିବି,ତାହେଲେ ତାହା ଖୁବ ବଡକଥା।
ରଣବୀର ସିଂଙ୍କ ଆଗାମୀ ଚଳଚ୍ଚିତ୍ର ସର୍କସର ଟ୍ରେଲର ରିଲିଜ ହୋଇସାରିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ । ଏଥିରେ ଜନି ଲିଭର,ବରୁନ ଶର୍ମା, ଜ୍ୟାଙ୍କଲିନ ଫର୍ଣ୍ଣାଡିଜ,ପୁଜା ହେଗଡେ, ମୁକେଶ ତିୱାରୀ ଆଦି ନାମୀଦାମୀ ଆକ୍ଟର,ଆକ୍ଟ୍ରେସ ଅଛନ୍ତି । ଫିଲ୍ମର ଟ୍ରେଲରକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।