ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରିବେ ବୋଲି ସେ ଯୋଗ ଦେବା ପରେ ନିଜର ପ୍ରତିକ୍ରୟାରେ କହିଛନ୍ତି । କୁଶୀନଗଡର ପଦରନା ରାଜ ପରିବାରରୁ ଆସିଥିବା ଆରପିଏନ୍ ସିଂ ବିଜେପି ଟିକେଟରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଲଢେଇ କରିପାରନ୍ତି।
ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବର୍ତ୍ତମାନ ପଦରନାରୁ ବିଧାୟକ ଥିବାବେଳେ କିଛି ଦିନ ତଳେ ମୌର୍ଯ୍ୟ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପଠାଇବା ସହିତ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ଟ୍ୱିଟରରେ ଘୋଷଣା କରିଥିଲେ। ତାଙ୍କୁ ଦେଶ ତଥା ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଆରପିଏନ୍ ସିଂ ୪ଥର ଲୋକସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଛନ୍ତି କିନ୍ତୁ ଥରେ ମାତ୍ର ସଫଳତା ପାଇଛନ୍ତି। ୧୯୯୯ ଲୋକସଭା ନିର୍ବାଚନରେ ଆରପିଏନ୍ ସିଂ ତୃତୀୟ ସ୍ଥାନରେ ଥିଲେ ଓ ୨୦୦୪ ମସିହାରେ, ସେ ଦ୍ୱିତୀୟ ସ୍ଥାନରେ ଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ନିର୍ବାଚନରେ ଜିତିଥିଲେ ଏବଂ ୟୁପିଏ-୨ ସରକାରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ଆରପିଏନ୍ ସିଂଙ୍କୁ ବିଜେପି ପ୍ରାର୍ଥୀ ରାଜେଶ ପାଣ୍ଡେ ପରାସ୍ତ କରିଥିଲେ ।