ଆଜି ବିଜୟ ହଜାରେ ଟ୍ରଫିର କ୍ୱାଟର ଫାଇନାଲ୍ ମ୍ୟାଚ୍ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ମଧ୍ୟରେ ଚାଲିଥିଲା । ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟ୍ ହରାଇ ୫୦ ଓଭରରେ ୩୩୦ ରନ୍ର ବିଶାଳ ସ୍କୋର କରିଥିଲା । ଏହି ମ୍ୟାଚ୍ରେ ଅଧିନାୟକ ଋତୁରାଜ ଗାଏକ୍ଓ୍ୱାଡ୍ ମାତ୍ର ୧୫୯ ବଲ୍ରେ ଖେଳିଥିଲେ ୨୨୦ ରନ୍ର ବିସ୍ଫୋରକ ଇନିଂସ । ଏହି ଇନିଂସରେ ଋତୁରାଜ୍ ୧୦ଟି ଚୋକା ଏବଂ ୧୬ଟି ଛକ୍କା ମାରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କି ମ୍ୟାଚ୍ର ଗୋଟିଏ ଓଭରରେ ଋତୁରାଜ୍ ୭ଟି ଛକ୍କା ମାରିଛନ୍ତି ।
ବର୍ଷୀୟ ଋତୁରାଜ ୪୯ ତମ ଓଭରରେ ମୋଟ ୪୩ ରନ୍ କରିଥିଲେ, ଏଥିରେ ୭ଟି ଛକା ରହିଥିଲା । ଉତ୍ତର ପ୍ରଦେଶ ଟିମ୍ ପକ୍ଷରୁ ଶିବା ସିଂହ ବୋଲି କରୁଥିଲେ, ଶେଷ ଓଭରରେ ଗୋଟିଏ ନୋବଲ୍ ମଧ୍ୟ ଥିଲା, ଏଭଳି କରିଥିବା ଋତୁରାଜ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି ।