29 ଡିସେମ୍ବର 2022 ରେ ଭୁବନେଶ୍ୱର ରେଳ ଷ୍ଟେସନର ପୁନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନ ମାନନୀୟ ରେଳମନ୍ତ୍ରୀଙ୍କୁ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଟ୍ରେନର ନାମକୁ ପରିବର୍ତ୍ତନ କରି “ମହିମା ଗୋସାଇଁ ଏକ୍ସପ୍ରେସ” ଭାବରେ ନମିତ କରିବାକୁ ଅନୁରୋଧ କରିଥିଲେ ।
ମହିମା ଶ୍ରୀକ୍ଷେତ୍ର ପ୍ରତି ଲୋକଙ୍କ ଭାବନା ଏବଂ ବିଶ୍ୱାସକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ସମ୍ବଲପୁର-ଶାଲିମାର-ସମ୍ବଲପୁର ତ୍ରି-ସାପ୍ତାହିକ ଏକ୍ସପ୍ରେସକୁ “ମହିମା ଗୋସାଇଁ ଏକ୍ସପ୍ରେସ” ଭାବରେ ନାମିତ କରିଛି । “ସମ୍ବଲପୁର-ଶାଲିମାର ଏକ୍ସପ୍ରେସ”କୁ ଔପଚାରିକ ଭାବରେ “ମହିମା ଗୋସାଇଁ ଏକ୍ସପ୍ରେସ”ରେ ନାମିତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ମହିମା ଗୋସାଇଁ ଏକ୍ସପ୍ରେସ”ରେ ନାମିତ ହେବା ଗୌରବର ବିଷୟ । ଏହି ନିଷ୍ପତି ମହିମା ଗୋସାଇଁ, ସନ୍ଥ କବି ଭୀମ ଭୋଇ, ମହିମା ସମାଜ ଓ ମହିମା ଧର୍ମାବଲମ୍ବୀଙ୍କ ସମ୍ମାନ ଓ ଗାରିମାକୁ ଆହୁରି ବଢାଇ ଦେଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଭାରତ ଖବର ଆହୁରି ପଢ଼ନ୍ତୁ ।