ଆମେ ବାଲାସାହେବଙ୍କ ହିନ୍ଦୁତ୍ଵ ଅନୁସରଣ କରୁଛୁ ଏବଂ ଏହାକୁ ଆଗକୁ ବଢାଇବୁ । ସେପଟେ, ବରିଷ୍ଠ ନେତା ତଥା ଦିନ ଥିଲା ଉଦ୍ଧବ ଠାକରେଙ୍କ ଘନିଷ୍ଠ ଥିବା ଏକନାଥ ସିନ୍ଧେଙ୍କ ବିଦ୍ରୋହୀ ଆଭିମୁଖ୍ୟ ମହାବିକାଶ ଅଘାଡି ସରକାରକୁ ଅଡୁଆରେ ପକାଇଛି । ସିନ୍ଧେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ବିଜେପି ସହ ମେଣ୍ଟ କରିବେ ତେବେ ସେ ଦଳକୁ ଫେରିବେ ।
ଗୌହ୍ଵାଟିରେ ପହଞ୍ଚିଲେ ଶିବସେନାର 40 ବିଦ୍ରୋହୀ ବିଧାୟକ
ଅର୍ଗସ ବ୍ୟୁରୋ: ସୁରଟରୁ ବାହାରି ଗୌହ୍ଵାଟିରେ ପହଞ୍ଚିଲେ ଶିବସେନାର 40 ବିଦ୍ରୋହୀ ବିଧାୟକ । ଆଜି ଗୁଜୁରାଟର ସୁରଟରେ ହୋଟେଲ ଛାଡି ସକାଳ ପ୍ରାୟ 7 ଟାରେ ଆସାମରେ ପହଞ୍ଚିଛନ୍ତି । ଗୌହାଟି ବିମାନବନ୍ଦରରେ ସିନ୍ଦେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ମୋଟ 40 ଟି ଶିବସେନା ବିଧାୟକ ଉପସ୍ଥିତ ଅଛନ୍ତି । ଆମେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ଵ ବହନ କରିବୁ । ଏହାପୂର୍ବରୁ ସୁରଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସିନ୍ଦେ କହିଛନ୍ତି, "ଆମେ ବାଲାସାହେବ ଠାକରେଙ୍କ ଶିବସେନା ଛାଡି ନାହୁଁ ଏବଂ ଏହାକୁ ଛାଡିବୁ ନାହିଁ ।
OUAT ରେ ହାତୀ କଙ୍କାଳର ଚାଲିଛି ଫରେନସିକ୍ ଟେଷ୍ଟ
କଟକ: ଓୟୁଏଟିକୁ ଆସିଥିବା 3 ହାତୀ କଙ୍କାଳର ଚାଲିଛି ଫରେନସିକ ଟେଷ୍ଟ । 15 ଦିନ ହେଲା ଚାଲିଛି ପରୀକ୍ଷା । ପରୀକ୍ଷାରୁ ହାତୀର ଲିଙ୍ଗ, ବୟସ ଓ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ହାତୀର ଶବ ଗଳିତ ହୋଇଥିବାରୁ ସବୁକିଛି ନିରୂପଣ ପାଇଁ ଲାଗୁଛି ସମୟ । ଆଉ 7 ଦିନ ଭିତରେ ଆସିବ ପୂର୍ଣ୍ଣାଙ୍ଗ ରିପୋର୍ଟ । ଗତକାଲି ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ କଙ୍କାଳର ନମୁନ
Download Argus News App
