ଦୁଇ ଖେଳାଳିଙ୍କ ମଧ୍ୟରେ ବହୁତ ସମୟ ଧରି ଖେଳ ହୋଇଥିଲା। ପ୍ରଥମ ଗେମରେ 21-13ରେ ପିଭି ସିନ୍ଧୁ ଜିତିଥିଲେ। ଏହି ଖେଳ 23 ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଦ୍ୱିତୀୟ ଗେମରେ ସିନ୍ଧୁ ଏବଂ ୟାମାଗୁଚି ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଉଭୟଙ୍କ ମଧ୍ୟରେ ଲମ୍ବା ସମୟ ଧରି ମ୍ୟାଚ ହୋଇଥିଲା। ଦୁହେଁ ପରସ୍ପରକୁ ହରାଇବା ପାଇଁ ଚେଷ୍ଟା କରୁଥିଲେ। ତେବ ଶେଷରେ ସିନ୍ଧୁ ଏହି ମ୍ୟାଚ ଜତି ଯାଇଥିଲେ।
ଟୋକିଓରେ ଚମକିଲେ ସିନ୍ଧୁ

ଅର୍ଗସ ବ୍ୟୁରୋ : ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଜାପାନର ଅକାନେ ୟାମାଗୁଚିଙ୍କୁ 21-13, 22-20 ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହ ବ୍ୟାଡମିଣ୍ଟନରେ ଭାରତର ପଦକ ନିଶ୍ଚିତ ହୋଇଛି।
Download Argus News App
