ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସୁବିଧା ସହିତ ବିଦ୍ୟୁତ୍, ଜଳଯୋଗାଣ, ଉତାପ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ଏବଂ ସ୍ୱଛତା ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା ସେହି ଶିବିରରେ କରାଯାଇଛି । ସେଥିପାଇଁ ଶିବିରର ନାଁ ଦିଆଯାଇଛି ସ୍ମାର୍ଟ କ୍ୟାମ୍ପ୍ । ସେଠାରେ ବାସ କରିବା ପାଇଁ ଯେପରି କୌଣସି ପ୍ରକାର ସମସ୍ୟା ନ ରହିବ ଏବଂ ଯବାନମାନେ ଯେ କୌଣସି ଚ୍ୟାଲେଂଜକୁ ସାମ୍ନା କରିପାରିବେ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି । ସେଠାରେ ମୁତୟନ ଭାରତୀୟ ଯବାନଙ୍କ ପାଇଁ ଆମେରିକାରୁ କିଣାଯାଇଛି ବରଫପାତ ତଥା ଅଧିକ ଶୀତରେ ପିନ୍ଧା ଯାଉଥିବା ଗରମ ପୋଷାକ । ଏବେ ରଣକୌଶଳ ଦୃଷ୍ଟିରୁ ଚୀନ ସେନାର ଉଚିତ ଜବାବ୍ ଦେବା ପାଇଁ ଆଗ ଅପେକ୍ଷା ଅଧିକ ସଜାଗ ଓ ପ୍ରସ୍ତୁତ ଭାରତୀୟ ସେନା ।
ବାରମ୍ବାର ଦ୍ୱିପାକ୍ଷିକ ଆଲୋଚନା ପରେ ବି ବାଟକୁ ଆସୁନି ବିସ୍ତାରବାଦୀ ଚୀନ । ହଟାଉନାହିଁ ଏଲ୍ଏସି ନିକଟରୁ ପିପୁଲସ୍ ଲିବରେସନ୍ ଆର୍ମିର ସେନା । ଭାରତୀୟ ସେନା ବି ନିଜ ଦେଶମାଟିର ସୁରକ୍ଷା ପାଇଁ ସବୁବେଳେ ସବୁ ପରିସ୍ଥିତିରେ ରହିଛନ୍ତି ସଜାଗ । ଇଂଚେ ବି ପଛକୁ ନହଟି କଡ଼ା ଜବାବ ଦେଉଛନ୍ତି ଚୀନ୍ ସେନାକୁ । ସୀମାରେ କିଛି ମାସ ଧରି ମୁହାଁମୁହିଁ ପରିସ୍ଥିତି ଉପୁଯିବା ପରେ ଚୀନ ସେନା ମନେକରିଛି ଅଧିକ ଶୀତ ପଡ଼ିଲେ ହଟିଯିବେ ଭାରତୀୟ ସେନା । ମାତ୍ର ଯେ କୌଣସି ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାକୁ ଭାରତର ବାହାଦୂର ବୀର ଯବାନ ଏବେ ପ୍ରସ୍ତୁତ ରହିଛନ୍ତି ।