ଉତ୍ତରପ୍ରଦେଶର ରାଏବରେଲି। ଏଠାରେ ଥିବା ହକି ଷ୍ଡାଡିୟମକୁ ଭାରତୀୟ ମହିଳା ହକି ଦଳର ଖେଳାଳି ରାଣୀ ରାମପାଲଙ୍କ ନାମରେ ନାମିତ କରାଯାଇଛି। ପୂର୍ବରୁ ଏହି ଷ୍ଟାଡିୟମର ନାଁ ଥିଲା ଏମସିଏଫ ରାଏବରେଲି ହକି ଷ୍ଡାଡିୟମର। ଯାହା ଏବେ ବଦଳି ହୋଇଛି ‘ରାଣୀ ଗାର୍ଲସ ହକି ଟର୍ଫ’ କରି ଦିଆଯାଇଛି। ରାଣୀ ରାମପାଲ ପ୍ରଥମ ଭାରତୀୟ ମହିଳା, ଯାହାଙ୍କ ନାମରେ ଏହି ଷ୍ଡାଡିୟମ ନାମିତ ହୋଇଛି।
ରାଣୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ ଉକ୍ତ ଷ୍ଡାଡିୟମ ସହିତ ଜଡ଼ିତ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟେରେ ରାଣୀ ଖେଳାଳିଙ୍କ ସହିତ କଥା ହେଉଥିବା ନଜରକୁ ଆସିଛନ୍ତି। ଏଥିସହିତ ଅନ୍ୟ ସଦସ୍ୟଙ୍କ ଉପସ୍ଥିତରେ ସେ ଷ୍ଟାଡିୟମ ଉଦଘାଟନ କରୁଥିବା ବି ଦେଖବାକୁ ମିଳୁଛି।
Words seem too less to express my happiness and gratitude as I share that the MCF Raebareli has renamed the hockey stadium to “Rani’s Girls Hockey Turf “to honour my contribution to hockey. pic.twitter.com/sSt59EwDJA — Rani Rampal (@imranirampal) March 20, 2023