ତେବେ ୧୨୦ ଦିନର ଆଗୁଆ ରିଜର୍ଭ ଅବଧି ଅଧୀନରେ ୩୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ବୁକିଂ ବଳବତ୍ତର ରହିବ। ତେବେ ୬୦ ଦିନର ଆଗୁଆ ରିଜର୍ଭ ଅବଧି ପରେ ହୋଇଥିବା ବୁକିଂ କୁ ବାତିଲ କରିବାକୁ ଅନୁମତି ମିଳିବ। ଏଥିସହ ଯେଉଁ ଟ୍ରେନର ଆଗୁଆ ରିଜର୍ଭ ଅବଧି ପୂର୍ବରୁ କମ୍ ରହିଛି, ସେମାନେ ପ୍ରଭାବିତ ହେବେ ନାହିଁ। ଏଭଳି ଟ୍ରେନ୍ ମଧ୍ୟରେ ଗୋମତୀ ଏକ୍ସପ୍ରେସ୍ ଓ ତାଜ୍ ଏକ୍ସପ୍ରେସ୍ ଭଳି ଟ୍ରେନ୍ ରହିଛି। ବର୍ତ୍ତମାନ ଏହି ଟ୍ରେନଗୁଡିକରେ ଆଗୁଆ ସଂରକ୍ଷଣ ପାଇଁ କମ୍ ସମୟ ସୀମା ଲାଗୁ ହୋଇସାରିଛି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ୩୬୫ ଦିନର ସୀମାରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।
ଅଧିକ ପଢନ୍ତୁ ଭାରତ ଖବର