ଯେଉଁ କଥା ଆମେ କହିଲୁ, ତାକୁ ବୁଝାଇବାକୁ ଆମେ ଚୁମ୍ବକରେ ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ କାହାଣୀ କହିବୁ। ଯିଏ ଗୋଟିଏ ରକ୍ଷଣଶୀଳତାର ପ୍ରାଚୀର ଭାଙ୍ଗି ମଣିଷ ହେଉଛନ୍ତି, ନାଁ କମାଉଛନ୍ତି। ଭଦ୍ରତାର ସମସ୍ତ ପରିସୀମା ଟପିବା ପରେ ଏବେ ଅଶ୍ଲିଳତା ତାଙ୍କ ଜୀବନର ଆଧାର ପାଲଟିଛି। ନାଁ ତାଙ୍କର ଉର୍ଫି ଯାଭେଦ। ବୟସ ୨୫ ବର୍ଷ।
୧୯୯୭ ମସିହା ଅକ୍ଟୋବର ୧୫ରେ ଉର୍ଫିଙ୍କ ଜନ୍ମ ଲକ୍ଷ୍ନୌର ଗୋଟିଏ ରୁଢିବାଦୀ ମୁସଲମାନ ପରିବାରରେ। ପାଖ ସ୍କୁଲରେ ପାଠ ପଢା ଆରମ୍ଭ ହୁଏ। ଉର୍ଫି ନିଜ ପତଳା ଚେହରା ପାଇଁ ସାଙ୍ଗ ସାଥିରେ ଟାହି ଟାପରାର ଶୀକାର ହୁଅନ୍ତି। ତଥାପି ସମୟ ଗଡିଚାଲେ। ୯ମ ଶ୍ରେଣୀର ପାଠ ପଢୁଥିବା ଉର୍ଫିଙ୍କ ସହ ଗୋଟେ ଟ୍ରାଜିଡି ହୁଏ। ତାଙ୍କର କିଛି ନ୍ୟୁଡ ଫଟୋ ଭାଇରାଲ ହୁଏ। କ୍ଲାସର ଦୁଷ୍ଟ ପିଲାମାନେ ତାଙ୍କ ଫଟୋ ଉତ୍ତୋଳନ କରିବା ପରେ ଏହାକୁ ଫର୍ଣ୍ଣାଗ୍ରାଫି ସାଇଟରେ ଅପଲୋଡ କରି ଦିଅନ୍ତି। ଯେଉଁଥିପାଇଁ ତାଙ୍କ ପରିବାରକୁ ଟାହି ଟାପରାର ଶୀକାର ହେବାକୁ ପଡେ। ଏମିତି କି ସେ ଆଡଲ୍ଟ ସାଇଟରୁ ପଇସା କମାଉଛନ୍ତି ବୋଲି ଚିନ୍ତା କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଚେକ୍ ହୁଏ। ସ୍କୁଲରୁ ତଡା ଖାଆନ୍ତି ଉର୍ଫି। ବିନା ଦୋଷରେ ଦଣ୍ଡ ପାଉଥିବା ଝିଅଟି ପରିବାରର ସପୋର୍ଟ ମଧ୍ୟ ପାଏନି। ବାପା ମଧ୍ୟ ତାଙ୍କୁ ଘୃଣା କରିବାକୁ ଲାଗନ୍ତି।
ସବୁଆଡେ ହତୋତ୍ସାହ ହେବା ପରେ ଉର୍ଫି ସବୁ ରେଷ୍ଟିକସନରୁ ବାହାରିବାକୁ ଚେଷ୍ଟା କରନ୍ତି। ଏତିକି ବେଳେ ତାଙ୍କ ବାପା ଆଉ ଜଣଙ୍କୁ ବାହା ହୋଇ ଘର ଛାଡନ୍ତି । ଉର୍ଫିଙ୍କ ଉପରେ ପରିବାର ବୋଝ ପଡେ। ସେ କଲ ସେଣ୍ଟରରେ ଚାକିରି କରନ୍ତି। ପଇସା ଯଥେଷ୍ଟ ହୁଏନି। ସେ ଆସନ୍ତି ବମ୍ବେ। ଟେଡି ମେଡି ଫ୍ୟାମିଲି ସିରିଏଲରେ କାମ କରି ଗ୍ଲାମର ଦୁନିଆକୁ ଏଣ୍ଟ୍ରି କରନ୍ତି। ଆଉ ତା ପରେ ଆରମ୍ଭ ହୁଏ ସଂଘର୍ଷ। ଆଉ ଏଇ ସଙ୍ଘର୍ଷ ଭିତରେ ସେ ଅଙ୍ଗ ପ୍ରଦର୍ଶନକୁ ଶସ୍ତା ମାଧ୍ୟମ ଭାବି ନିଅନ୍ତି।
ଅଭାବରୁ ସ୍ବଭାବ ନଷ୍ଟ ହେଲା ଭଳି ବିଗବସରେ ନଜର ଆସିବା ପରେ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସେ ଛୋଟ ପୋଷାକ ପିନ୍ଧିବା ଆରମ୍ଭ କରନ୍ତି। ବାସ ତା ପରଠୁ ଆମେ ତାଙ୍କୁ କେବଳ ଫୁଙ୍ଗୁଳା ଦେହରେ ହିଁ ଦେଖିଛେ…
ପରିସ୍ଥିତି ଆଉ ସମୟ ସବୁବେଳେ ଆପଣଙ୍କ ଅନୁକୂଳ ହେବ ସେ କଥା ଭାବିବା ଭୁଲ। କିନ୍ତୁ ଶସ୍ତା ଲୋକପ୍ରିୟତା ପାଇଁ ଦେହରୁ ଡ୍ରେସ ଖୋଲିବା ବୁଦ୍ଧିମତାର କାମ ଆଦୌ ହୋଇ ନ ପାରେ।