ଅଧିକ ପଢନ୍ତୁ : ଜାମ୍ମୁ, କାଶ୍ମୀର ଏବଂ ଲଦାଖ ପାଇଁ ଏହା ଐତିହାସିକ ରାୟ : ମୋଦି
ସୁପ୍ରିମକୋର୍ଟଙ୍କ ଏ ରାୟକୁ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସୋସିଆଲ୍ ନେଟୱର୍କିଂ ସାଇଟ୍ ଏକ୍ସରେ ମୋଦି ଲେଖିଛନ୍ତି ଧାରା-୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ୨୦୨୯ରେ ଭାରତର ସଂସଦ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ କାଏମ ରଖୁଛି । ଏହା ଜାମ୍ମୁ-କାଶ୍ମୀର ଓ ଲଦ୍ଦାଖର ଭାଇ ଓ ଭଉଣୀଙ୍କ ପାଇଁ ନୂଆ ଆଶା, ପ୍ରଗତି ଓ ଏକତା ପାଇଁ ଏକ ଚମତ୍କାର ଘୋଷଣା । ଅଦାଲତ ନିଜର ଗହନ ଜ୍ଞାନ ବଳରେ ଏକତାର ମୂଳ ତତ୍ବକୁ ମଜଭୁତ କରିଛନ୍ତି, ଯେଉଁଥିପାଇଁ ଆମେ ସବୁ ଭାରତୀୟ ସୁପ୍ରିମକୋର୍ଟଙ୍କୁ ସର୍ବୋପରି ଓ ସବୁଠାରୁ ପ୍ରିୟ ବୋଲି ମାନନ୍ତି ।
Today's Supreme Court verdict on the abrogation of Article 370 is historic and constitutionally upholds the decision taken by the Parliament of India on 5th August 2019; it is a resounding declaration of hope, progress and unity for our sisters and brothers in Jammu, Kashmir and… — Narendra Modi (@narendramodi) December 11, 2023
ପ୍ରଧାନମନ୍ତ୍ରୀ କହିଛନ୍ତି ଜାମ୍ମୁ-କାଶ୍ମୀର ଓ ଲଦ୍ଦାଖର ଲୋକଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଛି ଆପଣଙ୍କ ସ୍ବପ୍ନ ସାକାର କରିବା ଆମ ପାଇଁ ଅତୁଟ ପ୍ରତିବଦ୍ଧତା । ସୁପ୍ରିମକୋର୍ଟଙ୍କ ଏହି ରାୟ ଏକ ଆଇନଗତ ନିଷ୍ପତ୍ତି ନୁହେଁ ଏକ ଆଶାର କିରଣ, ଏକ ଉଜ୍ଜ୍ବଳ ଭବିଷ୍ୟତର ପ୍ରତିଶ୍ରୁତି ଏବଂ ଏକ ମଜଭୁତ, ଅଧିକ ଏକଜୁଟ ଭାରତର ନିର୍ମାଣ ପାଇଁ ଆମର ସାମୁହିକ ସଂକଳ୍ପର ପ୍ରମାଣ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି । ଏକ୍ସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ସ୍ବାଗତ ଓ ଅଭିନନ୍ଦନ କରୁଛି ।