ଶାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି ଗାଁ । ଖଲିଗଡ ସାହି ରାସ୍ତାଦେଇ ଡୋକରିଚଂଚରା ଗୁଡହାଣ୍ଡି ଯିବାକୁ ପଡେ । ଟେଲିଫୋନ ସେବା ପାଇଁ ଗାଁରେ ଟାୱାର ଲାଗିଛି ସତ ମାତ୍ର ତାହା ଅଚଳ। ନେଟୱର୍କ ପାଇଁ ଲୋକଙ୍କୁ ୩ କିମି ଦୂର ବାଟକୁ ଯିବାକୁ ପଡେ । ନଚେତ ଗଛ ଉପରେ ବିପଦ ପୂର୍ଣ୍ଣ ଭାବରେ ଚଢି ନେଟୱାର୍କ ଖୋଜି ଫୋନ କରିବାକୁ ପଡିଥାଏ । ତାହା ପୁଣି କେତେବେଳେ ଆସିଲେ କେତେବେଳେ ନାହିଁ। ମୋବାଇଲ୍ ଫୋନ୍ ସେବା ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହେଲାଣି। ସରକାରଙ୍କର ବହୁ ସେବା ଅନ୍ଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବାରୁ ମୋବାଇଲ୍ ଫୋନ୍ ସମସ୍ତଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ତେବେ ଟାୱାର ପୋତା ହୋଇବି ନେଟୱର୍କ ନଆସିବା ନିଶ୍ଚିତ ଭାବେ ଚିନ୍ତାର କାରଣ।
ଅଧିକ ପଢ଼ନ୍ତୁ ଓଡିଶା ଖବର: