ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିଶୁଙ୍କ ଅଶ୍ଳୀଳ ଭିଡିଓ ରଖିବା ଓ ଦେଖିବା ଅପରାଧ । ଏଥିପାଇଁ ପକସୋ ଆଇନ ଅନୁଯାୟୀ ଅଭିଯୁକ୍ତମାନେ ଦଣ୍ଡିତ ହେବେ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏକ ରାୟରେ କହିଥିଲେ ଯେ, ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଓ ଡାଉନଲୋଡ୍ କରିବା ଅପରାଧ ନୁହେଁ । ଏହାକୁ ଚ୍ୟାଲେଂଜ କରି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି । ଏଥିସହ ସଂସଦରେ ପକସୋ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ଶିଶୁଙ୍କ ଅଶ୍ଳୀଳ ଭିଡିଓକୁ ଶିଶୁ ଯୌନ ନିର୍ଯାତନା ଓ ଶୋଷଣ ସମ୍ବନ୍ଧୀୟ ବସ୍ତୁ ନାମରେ ନାମିତ କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବର୍ତ୍ତମାନର ବ୍ୟସ୍ତବହୁଳତା ଜୀବନରେ କଳାଦାଗର ସମସ୍ୟା ସାଧାରଣ ହୋଇଗଲାଣି । ଏହା ଆମର ପୁରା ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ଏହି କଳାଦାଗଗୁଡିକ ସମସ୍ତିଙ୍କ ପାଖରେ ଦେଖାଗଲାଣି । ଆଖି ଆମ ଚେହେରାର ସନ୍ଦର୍ଯ୍ୟ ବଢେଇଥାଏ । କିନ୍ତୁ ଯେତେବେଳେ ସେହି ସୁନ୍ଦର ଆଖି ତଳେ କଳା ଦାଗ ଦେଖାଯାଏ , ସେତେବେଳେ କ'ଣ ହୁଏ? ଏହା ପୁରା ଆମ ଚେହେରାର ସନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ ।
କଳାଦାଗର କାରଣ :-
କଳାଦାଗ ପଛରେ ଅନେକ କାରଣ ଥାଇପାରେ । ଅତ୍ୟଧିକ ଚାପ ଯୋଗୁଁ ଆଖି ତଳେ କଳାଦାଗ ହେଖାଯାଏ। ଏହା ବ୍ୟତୀତ, କମ୍ ନିଦ ,ଡିହାଇଡ୍ରେସନ୍ , ବୟସ ବଢିବା ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଆଖି ତଳେ କଳାଦାଗ ପଡିଯିବାର ଦେଖାଯାଇଥାଏ। ଏହା ଛଡା ପ୍ରତିଦିନ ରାତିରେ ୭-୮ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ବହୁ ପରିମାଣର ପାଣି ପିଅନ୍ତୁ। ସୂର୍ଯ୍ୟକରିଣକୁ ଯିବା ପୂର୍ବରୁ ଆପଣଙ୍କ ମୁହଁରେ ସନସିନ୍ କ୍ରିମ ଲଗାନ୍ତୁ।
ଏହି ଘରୋଇ ଉପଚାର ଗ୍ରହଣ କରି କଳାଦାଗଗୁଡିକ ଦୂରେଇଦିଅନ୍ତୁ
କଞ୍ଚା ଆଳୁ:- କଞ୍ଚା ଆଳୁ ସାହାଯ୍ୟରେ କଳାଦାଗଗୁଡିକ ସହଜରେ ବାହାର କରାଯାଇପାରିବ। ଏଥିପାଇଁ ପ୍ରଥମେ କଞ୍ଚା ଆଳୁର ରସ ବାହାର କରନ୍ତୁ। ଏହି ଆଳୁର ରସକୁ ଅଳ୍ପ ବୁନ୍ଦା ଲେମ୍ବୁ ସହିତ ମିଶାନ୍ତୁ ।ତା'ପରେ ତୁଳା ସାହାଯ୍ୟରେ ଏହାକୁ ଆଖି ତଳେ ଲଗାଇଲେ ଆଖି ତଳେ ଥିବା କଳା ଦାଗ ଛାଡି ଯିବ।
ଚା-ବ୍ୟାଗ:- ଚା-ବ୍ୟାଗ ମଧ୍ୟ ଶୀଘ୍ର କଳାଦାଗକୁ ଦୂରେଇଥାଏ। ଏଥିପାଇଁ ଚା ବ୍ୟାଗକୁ କିଛି ସମୟ ପାଣିରେ ଭିଜାଇ ଦିଅନ୍ତୁ। ଏହା ପରେ ଏହାକୁ ରେଫ୍ରିଜରେଟରରେ ଥଣ୍ଡା କରନ୍ତୁ । କିଛି ସମୟ ପରେ, ଏହାକୁ ବାହାର କରି ଆଖିରେ ରଖି ଶୋଇପଡନ୍ତୁ । ଏହା ଆଖିକୁ ଥଣ୍ଡା ରଖିବ ଏବଂ କଳାଦାଗକୁ ବାହାର କରିଦବ।
କାକୁଡି:- କଳାଦାଗକୁ ହଟାଇବା ପାଇଁ କାକୁଡି ଏକ ଭଲ ପ୍ରତିକାର। ଏଥିପାଇଁ କାକୁଡିକୁ କିଛି ସମୟ ଫ୍ରିଜରେ ରଖନ୍ତୁ। ତା'ପରେ ଏହାକୁ ଖଣ୍ଡ ଖଣ୍ଡ କରି ଆଖି ତଳେ ଥିବା କଳାଦାଗ ଉପରେ ୧୦-୧୫ ମିନିଟ ରଖି ବିଶ୍ରାମ କରିବା ପରେ କାକୁଡି ଖଣ୍ଡଗୁଡିକୁ ବାହାର କରନ୍ତୁ । ଏହା କରିବା ଦ୍ବାରା ଆପଣ ଖୁବ୍ ଶୀଘ୍ର କଳାଦାଗରୁ ମୁକ୍ତି ପାଇପାରିବେ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
ଅର୍ଗସ ବ୍ୟୁରୋ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଜମିଜମା ଘଟଣାକୁ ନେଇ ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା ପଡ଼ିଛି। ତାଲା ପଡିଥିବା ଯୋଗୁଁ ସରକାରୀ ଜନ ଅଭିଯୋଗ ଶୁଣାଣି ବାତିଲ ହେବାସହ ବ୍ଲକ କାର୍ଯ୍ୟ ବନ୍ଦ ରହିଛି। ବ୍ଲକ କାର୍ଯ୍ୟାଳୟ ଅଫିସ ଭିତରକୁ ଯାଇ ପାରୁ ନାହାନ୍ତି ବିଡିଓ ଏବଂ ବ୍ଲକ କର୍ମଚାରୀ ।
ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ କ୍ଲଷ୍ଟର ହାଉସ ଜମିକୁ ନିଜ ହକ୍ ଜମି ବୋଲି ସରକାରୀ ପଟ୍ଟା ସହ 2005 ମସିହାରୁ ଦାବିକରି ଆସୁଛନ୍ତି ସ୍ଥାନୀୟ କୁମଦିନି ଦୋରା। ଆଜି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ସମସ୍ତ ପରିବାର । ପ୍ରଶାସନ କ୍ଷତିପୂରଣ ଦେବାସହ ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ଅହରହ ଧାରଣା ଦେବାପାଇଁ କୁମଦିନି ଦୋରାଙ୍କ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର