କିନ୍ତୁ ଆମ ଶରୀରର ଶ୍ୱାଭାବିକ୍ ଗିତିବିଧି ସେହି ସମସ୍ୟାକୁ ଗୋଟିଏ ସେକେଣ୍ଡରେ ଠିକ୍ କରିଦେଇଥାଏ। ଯେଉଁଠି ବଡ ବଡ ଡାକ୍ତର ହାର୍ ମାନନ୍ତି ସେଇଠି ଶରୀର ଶ୍ୱାଭାବିକ୍ ଗତୀବୀଧି ହିଁ ଚମତ୍କାର କରିଦେଖାଇଥାଏ। ଯାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡିଛି। ତେବେ ରିପୋର୍ଟ ଅନୁସାରେ ଉମେର କମରଙ୍କ ନାକରେ ନିକଟରେ ଖୁବ୍ ଜୋର୍ରେ ଯନ୍ତ୍ରଣା ହେଉଥିଲା।
ଏ କଥା ସେ ତାଙ୍କ ପରିଜନମାନଙ୍କୁ କହିଥିଲେ। ତାଙ୍କ ନାକରେ କିଛି ଅଟକିବା ଭଳି ଲାଗିବାରୁ ସେ ଦୁଇକାନକୁ ତୁଳା ଦେଇ ବନ୍ଦ କରିଦେଲେ। ଏହାପରେ ଗୋଟିଏ ନାକକୁ ବି ହାତ ଦେଇ ବନ୍ଦ କଲେ। ପରେ ଛିଙ୍କି ଦେବାରୁ ନାକବାଟେ ଏକ ମୁଦ୍ରା ବାହାରି ପଡିଲା। ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଲେ। ତାଙ୍କ ମାଆ ନଫସିନ୍ କୁହନ୍ତି, ଉମେର ଯେତେବେଳେ ମାତ୍ର ୪ ବର୍ଷ ର ହୋଇଥିଲା ସେତେବେଳେ ତାଙ୍କ ନାକରେ ଘା ହେବାରୁ ତାଙ୍କୁ ଅନେକ ବଡ ବଡ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା।
କିନ୍ତୁ କେହିବି ନାକରେ ମୁଦ୍ରା ଅଟକିଥିବା କହିପାରିଲେ ନାହିଁ। ଏହାପରେ ସେମାନେ ସେହି ଘଟଣାକୁ ଭୁଲିଗଲେ। ଏତେବର୍ଷ ପରେ ସେ ଯେତେବେଳେ ନାକରୁ ଏକ ମୁଦ୍ରା ବାହାରିବା କଥା କହିଲା ଆମେ ତାର କଥାକୁ ବିଶ୍ୱାସ କଲୁ ନହୁଁ। କିନ୍ତୁ ଆଖିରେ ଦେଖିବା ପରେ ବିଶ୍ୱାସ କରିବାକୁ ବାଧ୍ୟ ହେଉଛି ବୋଲି ଉମେରଙ୍କ ମା କହିଛନ୍ତି।
ବିଦେଶ ଖବର ଆହୁରି ପଢନ୍ତୁ ।