ତେବେ କୋଲକାତାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 1948 ଏବଂ 1952 ଅଲମ୍ପିକ ବ୍ୟତୀତ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱାଧୀନ ପୂର୍ବ ଆଫ୍ରିକା ଗସ୍ତ କରିଥିବା ଭାରତୀୟ ଦଳର ମେମ୍ବର ମଧ୍ୟ ସେ ରହିଥିଲେ।
ପୂର୍ବତନ ଭାରତୀୟ ହକି ଖେଳାଳି କେଶବ ଚନ୍ଦ୍ର ଦତ୍ତଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ହକି ଖେଳାଳି ତଥା ଦୁଇ ଦୁଇ ଥର ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା କେଶବ ଚନ୍ଦ୍ର ଦତ୍ତଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ବୟସ ହୋଇଥିଲା। 1948 ଏବଂ 1952 ଅଲମ୍ପିକରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ କେଶବ। ବାର୍ଦ୍ଧକ୍ୟ ଜନିତ କାରଣରୁ କିଛି ଦିନ ହେବ ସେ ଚିକିତ୍ସିତ ହେଉଥିଲେ।
Download Argus News App
