ବିରାଟ ଏବଂ ଅନୁଷ୍କା କରୋନା ଅବଧି ସମୟରେ ଆଲିବାଗରେ ରହୁଥିଲେ। ଉଭୟ ଏହି ସ୍ଥାନକୁ ଏତେ ପସନ୍ଦ କରିଥିଲେ ଯେ, ସେଠାରେ ଘର କିଣିବାକୁ ମନସ୍ଥ କରିଥିଲେ। ଏଥିପାଇଁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କଥା ହୋଇ ଘରର ସାଜସଜା ସ୍ଥିର କରିଥିଲେ। ଏହି ଚାରୋଟି ବିଏଚକେ ଫ୍ଲାଟର ମୂଲ୍ୟ ୧୦.୦୬ କୋଟି ଟଙ୍କା। ଏହି ଘରେ ୪ଟି ବେଡରୁମ୍ ସହିତ ୨ଟି କାର ଗ୍ୟାରେଜ ଏବଂ ୪ଟି ବାଥରୁମ ଅଛି। ଏହି ଘର ୧୪ରୁ ୧୮ ମାସ ମଧ୍ୟରେ ପ୍ରସ୍ତୁତ ହେବ।
ପ୍ରକାଶ ଥାଉ କି, ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମରେ ଏହି ଦମ୍ପତିଙ୍କର ଆଉ ଏକ ବଙ୍ଗଳା ଅଛି । ଯାହାର ମୂଲ୍ୟ ୮୦କୋଟି ଟଙ୍କା। କେବଳ ଫ୍ଲାଟ କିମ୍ବା ଆପାର୍ଟମେଣ୍ଟ ନୁହେଁ କୋହଲିଙ୍କର ମୁମ୍ବାଇ ଏବଂ ଦିଲ୍ଲୀରେ ରେଷ୍ଟରାଣ୍ଟ ଅଛି।