ଜାଣିଶୁଣି ମନ୍ଦିର ବୋର୍ଡରେ ଅଣହିନ୍ଦୁଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛି ବିଜେପି । YSRCP ଶାସନ ସମୟରେ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅ ବ୍ୟବହାର ହେଉଥିବା ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଗତ ଜୁଲାଇରେ ଗୁଜରାଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ପଶୁପାଳନ ଓ ଖାଦ୍ୟ ବିଶ୍ଳେଷଣ ଏବଂ ଅଧ୍ୟୟନ ଲାବୋରେଟୋରୀ ଦ୍ୱାରା ଜାରି ରିପୋର୍ଟକୁ ନେଇ ଦାବି କରିଥିଲେ ସିଏମ ଚନ୍ଦ୍ରବାବୁ ନାଇଡୁ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।
ଲ୍ୟାବ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ଗତ ଅଗଷ୍ଟରୁ TDP ସରକାର ମନ୍ଦିର ପ୍ରସାଦ ପ୍ରସ୍ତୁତି ବ୍ୟବସ୍ଥାରେ ପରିବର୍ତ୍ତନ କରିଥିଲେ । ମନ୍ଦିରକୁ ଶୁଦ୍ଧ ଘିଅ ଯୋଗାଣ ପାଇଁ ଠିକାଦାର ମଧ୍ୟ ବଦଳାଇଥିଲେ । YSRCP ଶାସନ ସମୟରୁ ଅଶୁଦ୍ଧ ଘିଅ ଯୋଗାଉଥିବା ସଂପୃକ୍ତ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପ୍ରସ୍ତୁତକାରୀ କମ୍ପାନୀକୁ କଳା ତାଲିକାଭୁକ୍ତ କରିବାକୁ ଦାବି ଜୋର ଧରିଛି । ସନାତନ ଧର୍ମ ବିରୋଧରେ ହୋଇଛି ବଡ଼ ଷଡଯନ୍ତ୍ର । ହିନ୍ଦୁ ମନ୍ଦିରରେ ବିଧର୍ମୀଙ୍କ ଆଡ୍ଡା ଉପରେ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ଜରୁରୀ ବୋଲି ଦାବି ଉଠାଇଛନ୍ତି ସାଧୁସନ୍ଥ ।
ଭକ୍ତଙ୍କ ବିଶ୍ବାସ ଉପରେ ଲାଗିଛି ଆଘାତ । 2023ରେ ଆନ୍ଧ୍ରରେ YSRCP ଶାସନ ସମୟରୁ ଆରମ୍ଭ ହୋଇଥିବା ଚକ୍ରାନ୍ତର ହୋଇସାରିଛି ପର୍ଦ୍ଦାଫାସ । ହେଲେ ବର୍ତ୍ତମାନ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପ୍ରସାଦ ଭାବେ ଦୈନିକ ପ୍ରାୟ ସାଢେ 3 ଲକ୍ଷ ଲଡୁ ପ୍ରସ୍ତୁତିରେ ଶୁଦ୍ଧ ଘିଅ ବ୍ୟବହାର ହେଉଥିବା ନିଶ୍ଚିତ କରିଛନ୍ତି ସିଏମ ଚନ୍ଦ୍ରବାବୁ ।
ଆହୁରି ପଢନ୍ତୁ ଭାରତ ଖବର...