ଅର୍ଗସ ବ୍ୟୁରୋ:କୁସ୍ତି ଯୋଦ୍ଧା ନିଖତ ଜରୀନଙ୍କୁ ମିଳିଛି ବଡ଼ ଦାୟିତ୍ୱ।ସେ ତେଲେଙ୍ଗାନା ପୋଲିସରେ DSP ଭାବେ ନିଯୁକ୍ତି ପାଇଛନ୍ତି। ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି ବିଶ୍ୱ ଚମ୍ପିଆନ୍ ବକ୍ସର ଜଣଙ୍କ। ସେ ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିଥିଲେ,ତେଲେଙ୍ଗାନାର ପୋଲିସ ମହାନିର୍ଦ୍ଦେଶକ ଜିତେନ୍ଦ୍ରଙ୍କୁ ନିଜ ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି । ନିଖତଙ୍କୁ ଡିଏସପି ଭାବରେ ନିଯୁକ୍ତ କରିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । କମନୱେଲ୍ଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଏବଂ ଏସୀୟ ଗେମ୍ସରେ କାଂସ୍ୟ ପଦକ ଜିତିଛନ୍ତି,ଦୁଇ ଥର ବିଶ୍ୱ କୁସ୍ତିଯୋଦ୍ଧା ଚମ୍ପିଆନ୍ ରହିସାରିଛନ୍ତି ନିଖତ। ଡିଜିପି ଏକ୍ସରେ ଏକ ପୋଷ୍ଟ କରି ତାଙ୍କୁ ବଧେଇ ଜଣାଇଛନ୍ତି ଆମେ ଦୁଇ ଥର ବିଶ୍ୱ ଚମ୍ପିଆନ୍ ଏବଂ ଅଲିମ୍ପିକ ଆଥଲେଟ୍ ନିଖତ ଜରୀନଙ୍କୁ ଗର୍ବର ସହ ସ୍ୱାଗତ କରୁଛୁ ବୋଲି ଲେଖିଛନ୍ତି। ଫଳରେ ବିଭିନ୍ନ ମହଲରୁ ନିଖତ ଜରୀନଙ୍କୁ ଛୁଟିଛି ଶୁଭେଛାର ସୁଅ
ଅର୍ଗସ ବ୍ୟୁରୋ: ସୁପ୍ରିମକୋର୍ଟରେ ପହଞ୍ଚିଛି ତିରୁପତି ଲଡୁ ବିବାଦ । ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ବିରୋଧରେ NSA ଲଗାଇବାକୁ ବଢୁଛି ଦାବି । ଅଭିଯୋଗରୁ ବର୍ତ୍ତିବାକୁ ନୂଆ ବାହାନା କରୁଛନ୍ତି ଜଗନ । ମନ୍ଦିର କମିଟି ଉପରେ ଦୋଷ ଲଦି ପୂର୍ବତନ ସିଏମ ଖସିଯିବାକୁ ବାଟ ଖୋଜୁଥିବା ଅଭିଯୋଗ କରିଛି ତିରୁମାଲା ତିରୁପତି ଦେବସ୍ଥାନମ୍ କମିଟି । ତିରୁପତି ମନ୍ଦିର ପ୍ରସାଦରେ ବ୍ୟବହାର ହେଉଥିବା ଘିଅ ପାଇଁ ପ୍ରତି 6 ମାସରେ ରାଜ୍ୟ ସରକାର ଟେଣ୍ଡର କରୁଥିଲେ ବି କେମିତି ଅପମିଶ୍ରଣ ସମ୍ପର୍କରେ ଜାଣିପାରିନଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ମନ୍ଦିରର ପବିତ୍ରତା ନଷ୍ଟ ସହ ହିନ୍ଦୁ ବିଶ୍ବାସ ଉପରେ ଆଘାତ ପାଇଁ ଲଗାତାର ଷଡ଼ଯନ୍ତ୍ର ହୋଇଆସୁଥିବା ଅଭିଯୋଗ ହୋଇଛି ।
ଜାଣିଶୁଣି ମନ୍ଦିର ବୋର୍ଡରେ ଅଣହିନ୍ଦୁଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛି ବିଜେପି । YSRCP ଶାସନ ସମୟରେ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅ ବ୍ୟବହାର ହେଉଥିବା ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଗତ ଜୁଲାଇରେ ଗୁଜରାଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ପଶୁପାଳନ ଓ ଖାଦ୍ୟ ବିଶ୍ଳେଷଣ ଏବଂ ଅଧ୍ୟୟନ ଲାବୋରେଟୋରୀ ଦ୍ୱାରା ଜାରି ରିପୋର୍ଟକୁ ନେଇ ଦାବି କରିଥିଲେ ସିଏମ ଚନ୍ଦ୍ରବାବୁ ନାଇଡୁ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।
ଲ୍ୟାବ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ଗତ ଅଗଷ୍ଟରୁ TDP ସରକାର ମନ୍ଦିର ପ୍ରସାଦ ପ୍ରସ୍ତୁତି ବ୍ୟବସ୍ଥାରେ ପରିବର୍ତ୍ତନ କରିଥିଲେ । ମନ୍ଦିରକୁ ଶୁଦ୍ଧ ଘିଅ ଯୋଗାଣ ପାଇଁ ଠିକାଦାର ମଧ୍ୟ ବଦଳାଇଥିଲେ । YSRCP ଶାସନ ସମୟରୁ ଅଶୁଦ୍ଧ ଘିଅ ଯୋଗାଉଥିବା ସଂପୃକ୍ତ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପ୍ରସ୍ତୁତକାରୀ କମ୍ପାନୀକୁ କଳା ତାଲିକାଭୁକ୍ତ କରିବାକୁ ଦାବି ଜୋର ଧରିଛି । ସନାତନ ଧର୍ମ ବିରୋଧରେ ହୋଇଛି ବଡ଼ ଷଡଯନ୍ତ୍ର । ହିନ୍ଦୁ ମନ୍ଦିରରେ ବିଧର୍ମୀଙ୍କ ଆଡ୍ଡା ଉପରେ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ଜରୁରୀ ବୋଲି ଦାବି ଉଠାଇଛନ୍ତି ସାଧୁସନ୍ଥ ।
ଭକ୍ତଙ୍କ ବିଶ୍ବାସ ଉପରେ ଲାଗିଛି ଆଘାତ । 2023ରେ ଆନ୍ଧ୍ରରେ YSRCP ଶାସନ ସମୟରୁ ଆରମ୍ଭ ହୋଇଥିବା ଚକ୍ରାନ୍ତର ହୋଇସାରିଛି ପର୍ଦ୍ଦାଫାସ । ହେଲେ ବର୍ତ୍ତମାନ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପ୍ରସାଦ ଭାବେ ଦୈନିକ ପ୍ରାୟ ସାଢେ 3 ଲକ୍ଷ ଲଡୁ ପ୍ରସ୍ତୁତିରେ ଶୁଦ୍ଧ ଘିଅ ବ୍ୟବହାର ହେଉଥିବା ନିଶ୍ଚିତ କରିଛନ୍ତି ସିଏମ ଚନ୍ଦ୍ରବାବୁ ।
ଆହୁରି ପଢନ୍ତୁ ଭାରତ ଖବର...
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ କୋର ଅଂଚଳରେ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ବନକର୍ମଚାରୀମାନେ ମିଳିତ ପେଟ୍ରୋଲିଂ ସମୟରେ ୩ ଶିକାରୀକୁ ଧରିଛନ୍ତି । ସେମାନେ ହେଲେ ମହୁଲଡିହା ଥାନା ଅନ୍ତର୍ଗତ ମନଡାଳଝରି ଗ୍ରାମର ସୁଦର୍ଶନ ପୂର୍ତ୍ତି(୩୬) ଓ ଦୁର୍ଯ୍ୟୋଧନ ପୂର୍ତ୍ତି (୫୨), ଚିରୁପୋଡା ଗ୍ରାମର ଶ୍ରୀକୃଷ୍ଣ ସୁଣ୍ଡି(୨୫) ।
ଶିମିଳିପାଳ ଅଭୟାରଣ୍ୟରେ ସୁରକ୍ଷା ନିମନ୍ତେ ନିୟୋଜିତ ଏସଟିପିଏଫ ଓ ବନ କର୍ମଚାରୀମାନଙ୍କ ଦ୍ଵାରା ମିଳିତ ପେଟ୍ରୋଲିଂ ଜାରି ଥିବାବେଳେ ଶିକାରୀ କୋର୍ ଅଞ୍ଚଳରେ ପ୍ରବେଶ ନେଇ ଖବର ମିଳିଥିଲା । ଏହାକୁ ନେଇ ଶିକାରୀ ଗତିବିଧିକୁ ଲକ୍ଷ୍ୟ କରି ଧନୁ ଓ ତୀର ନେଇ ଶିକାର ଉଦ୍ଦେଶ୍ୟ କୋର ଅଞ୍ଚଳରେ ପ୍ରବେଶ କରୁଥିବା ବେଳେ ଠାକୁରମୁଣ୍ଡା ବନଖଣ୍ଡ ରେଞ୍ଜ ଅଞ୍ଚଳରୁ ଜଣକୁ ଧରିଥିଲେ ।
ଏହାପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ବନଖଣ୍ଡ ଓ କରଞ୍ଜିଆ ବନଖଣ୍ଡ କର୍ମଚାରୀ ମାନଙ୍କ ଦ୍ଵାରା ପଚରା ଉଚରା କରି ଅନ୍ୟ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା।ସେମାନଙ୍କ ପାଖରୁ ଶିକାର ନିମନ୍ତେ ବ୍ୟବହୃତ ୮ଟି ଧନୁ, ୫ଟି ତୀର ଓ ୨ଟି ସମ୍ବର ସିଙ୍ଗ ଜବତ କରାଯାଇଛି। ଏନେଇ ବନବିଭାଗ ପକ୍ଷରୁ ମାମଲା ରୁଜୁ କରି ତିନି ଜଣକୁ କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ବନଖଣ୍ଡ ଉପ ନିର୍ଦ୍ଦେଶକ ସାଇ କିରଣ ସୂଚନା ଦେଇଛନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...