ତେବେ ଅପଣଙ୍କୁ ଏମିତି ନିୟମ ବିଷୟରେ କହିବୁ, ଯାହା ଜାଣିଲା ପରେ ମଶା ଅପଣଙ୍କ ଘରେ କି ବାହାରେ ଦେଖିବାକୁ ପାଇବେନି । ତେବେ ଆପଣ ଘର ପୋଛିବା ସମୟରେ ଆପଣାନ୍ତୁ ଏହି ନିୟମ । ଦେଖିବେ କେମିତି ମଶା ଆପଣଙ୍କ ଘରର ପିଣ୍ଡାକୁ ଉଠିବାକୁ ସାହାସ କରିବେ ନାହିଁ । ଘର ପୋଛା ପାଣିରେ ଅଧ କପ ଭିନେଗାର ପକାଅନ୍ତୁ । ଏହି ଉପାୟ ଅବଲମ୍ବନ କରନ୍ତ ଦେଖିବେ ଆପଣଙ୍କ ଘରେ ଆଉ ମାଶା ଆସିବେ ନାହିଁ ।
ଅଧିକ ପଢନ୍ତୁ ଭାରତ ଖବର
ସେହିଭଳି ଘର ପୋଛା କରୁଥିବା ସମୟରେ ପାଣିରେ ଅନ୍ସେଶିୟଲ ଅଏଲ ପକାଅନ୍ତୁ ଦେଖିବେ ମଶା ଅପଣଙ୍କ ଘରେ ସଶିବାକୁ ସାହାସ କରିବେ ନାହିଁ । ଖାଲି ଏତିକି ନୁହେଁ ଡାଲଚିନିକୁ ମଧ୍ୟ ପାଣିରେ ମିଶାଇ ଘର ପୋଛା ମାରନ୍ତୁ ଦେଖିବେ ମଶା ଆପଣଙ୍କ ଆଖପାଖରେ ବି ବୁଲିବେ ନାହିଁ । ଏ ସବୁ ଜିନିଷରେ ଖାଲି ମଶା ନୁହେଁ ମାଛିକୁ ମଧ୍ୟ ଘରେ ଦେଖିବାକୁ ପାଇବେନି । ଥରେ ଏହି କାମ କରନ୍ତୁ ଦେଖିବେ ମଶା କହିବ ଆପଣଙ୍କୁ ବାଏ ବାଏ ।