ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ନେଇ ଆଜି 3 ଟି ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ସକାଳ ୯ଟାରେ ମୋଦି କୋଭିଡ୍ ସମୀକ୍ଷା କରିବେ । ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ। ଅଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେବ। ଦିନ ସାଢେ ୧୨ଟାରେ ମୋଦି ଅକ୍ସିଜେନ୍ ସମ୍ବନ୍ଧୀୟ ସମୀକ୍ଷା ବୈଠକ କରିବେ।
ଅର୍ଗସ ବ୍ୟୁରୋ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ଏମ୍.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍ଏମ୍ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି । ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ଉଜ୍ଜୈନର ମହାକାଳେଶ୍ବର ମନ୍ଦିର ପରିଦର୍ଶନ କରିବାକୁ ଯାଉଛନ୍ତି। ଜାହ୍ନବୀ କିନ୍ତୁ ଏଥର ଏକା ଯାଇନାହାନ୍ତି ବରଂ ତାଙ୍କ ବୟଫ୍ରେଣ୍ଡ ଶିଖରଙ୍କ ସହ ଦେଖିବାକୁ ମିଳିଥିଲା। ଯେଉଁଥିରେ ମହାକାଳେଶ୍ବର ମନ୍ଦିରକୁ ଦୁଇଜଣ ଯାଇ ପୂଜା କରିଥିଲେ। ବର୍ତ୍ତମାନ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିଛି।
#WATCH मध्य प्रदेश: अभिनेत्री जान्हवी कपूर ने उज्जैन के महाकालेश्वर मंदिर में दर्शन किए। pic.twitter.com/i3WQ0TFTV2 — ANI_HindiNews (@AHindinews) December 4, 2023
ଭିଡିଓରେ ଜାହ୍ନବୀ ଶିଖରଙ୍କ ପାଖରେ ବସିଥିବାର ଦେଖିବାକୁ ମିଳିଛି। ମନ୍ଦିରରେ ଜୋରସୋରରେ ଭଜନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ଜାହ୍ନବୀ ହାଲକା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ଆଉ ବହୁତ ସୁନ୍ଦର ଦିଶୁଛନ୍ତି। ଭଜନ ଚାଲିଥିବାବେଳେ ଦୁହେଁ ତାଳି ମାରୁଥିବାର ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହା ପ୍ରଥମ ଥର ନୁହେଁ ଯେ ଜାହ୍ନବୀଙ୍କୁ ମନ୍ଦିରରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ବି ଦୁହେଁ ଅନେକ ଥର ଦର୍ଶନ କରିବାକୁ ଆସିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର