ବିକଳ୍ପ ସ୍କିମ୍ କ’ଣ ?
ଟ୍ରେନ୍ ଟିକେଟ ବୁକିଂ କରିବା ସମୟରେ ଭାରତୀୟ ରେଳ ଯାତ୍ରୀମାନଙ୍କୁ ବିକଳ୍ପ ସ୍କିମ୍ ପ୍ରଦାନ କରିଥାଏ । ଏହା ଏକ କନଫର୍ମ ଟିକେଟ୍ ପାଇବା ସମ୍ଭାବନାକୁ ବଢ଼ାଇଥାଏ। ରେଳବାଇ ଦ୍ୱାରା ବିକଳ୍ପ ଟ୍ରେନ୍ ଏକମେଣ୍ଡସନ ସ୍କିମକୁ ବିକଳ୍ପ ନାମିତ କରାଯାଇଛି । ରେଳବାଇ ଏହି ଯୋଜନା ମାଧ୍ୟମରେ ଯାତ୍ରୀମାନଙ୍କୁ ସର୍ବାଧିକ କନଫର୍ମ ଟିକେଟ୍ ଦେବାକୁ ଚେଷ୍ଟା କରେ । ଏହା ଅଧୀନରେ, ଅନଲାଇନରେ ୱେଟିଂ ଟିକେଟ୍ ବୁକିଂ କରୁଥିବାବେଳେ ଯାତ୍ରୀମାନେ ଏକ କନଫର୍ମ ଟିକେଟ୍ ପାଇବା ପାଇଁ ଅନ୍ୟ ଟ୍ରେନର ବିକଳ୍ପ ମଧ୍ୟ ବାଛିପାରିବେ ।
ଅଧିକ ପଢନ୍ତୁ ଭାରତ ଖବର
ଏପରି ପାଇପାରିବେ ଟ୍ରେନରେ କନଫର୍ମ ଟିକେଟ୍-
IRCTCରୁ ଟିକେଟ୍ ବୁକିଂ କରିବାବେଳେ, ଯଦି ଆପଣ ବିକଳ୍ପ ଟିକେଟ୍ ବୁକିଂ ସ୍କିମକୁ ଚୟନ କରନ୍ତି, ତେବେ ଅନେକ ଥର ଆପଣ ଫେଷ୍ଟିଭାଲ ସିଜିନରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ରେ ନିଶ୍ଚିତ ସିଟ୍ ପାଇପାରିବେ । କିମ୍ବା ସେହି ମାର୍ଗରେ ଚାଲୁଥିବା ଅନ୍ୟ କୌଣସି ଟ୍ରେନରେ କନଫର୍ମ ଟିକେଟ୍ ପାଇବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ । ତଥାପି, ବିକଳ୍ପର ଅର୍ଥ ନୁହେଁ ଯେ ଆପଣ ଏକ କନଫର୍ମ ଟିକେଟ୍ ପାଇବେ । ଏହି ଯୋଜନା ଅନ୍ତର୍ଗତ ଯାତ୍ରୀମାନଙ୍କୁ କନଫର୍ମ ଟିକେଟ୍ ଯୋଗାଇବା ପାଇଁ ରେଳ ସମସ୍ତ ପ୍ରୟାସ କରିଥାଏ ।