ସଂସଦରେ ଏକ ପ୍ରଶ୍ନର ଉତର ରଖି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ୧୫ଟି ରାଜ୍ୟରେ ପାଇଲଟ୍ ପ୍ରୋଜେକ୍ଟ ଜରିଆରେ କୂପୋଷଣ ଜନିତ ଜିଲ୍ଲାରେ ଭିଟାମିନ୍ ଯୁକ୍ତ ଚାଉଳ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାରଙ୍କ ସହାୟତାରେ ଯୋଗାଇ ଦିଆଯାଇଛି । ଗତକାଲି ତାକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରାଯାଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ଗତକାଲି ମାଲକାନଗିରି ଜିଲ୍ଲାରେ ଆରମ୍ଭ କଲେ ଏବଂ ସେଥିପାଇଁ ଏହି ୧୫ଟି ରାଜ୍ୟରେ ଗୋଟିଏ ଗୋଟିଏ ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିବା ପାଇଁ ୧୭୪.୬୪କୋଟି ଟଙ୍କା କେନ୍ଦ୍ରସରକାର ଅର୍ଥ ଦେଉଛନ୍ତି । କୂପୋଷଣ ଥିବା ଓଡିଶାର କୋମଳମତି ଶିଶୁ ମାନଙ୍କର ମାଆ ମାନଙ୍କ ପାଇଁ ଭିଟାମିନ୍ ଯୁକ୍ତ ଚାଉଳ କେନ୍ଦ୍ର ସରକାର ଯୋଗେଇ ଦେଇଛନ୍ତି ଯାହାକୁ କି ପାଇଲଟ ପ୍ରୋଜେକ୍ଟ ହିସାବରେ ମାଲକାନଗିରିକୁ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାର ଯୋଜନାକୁ ରାଜ୍ୟ ସରକାର ନିଜର କହି ପ୍ରଚାର କରି ଓଡିଶା ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଗତ କିଛି ଦିନ ତଳେ ବିଜେପି ପକ୍ଷରୁ ଉଠାଯାଇଥିବା ଭୂତ ରାସନ କାର୍ଡ ସଂପର୍କରେ ରାଜ୍ୟ ସରକାର କୌଣସି ଉତର ରଖିନାହଁନ୍ତି । ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ରାଜ୍ୟରେ ୯୨ ଲକ୍ଷ ୭୬ ହଜାର ୯୩୪ ରାସନକାର୍ଡଧାରୀ ଅଛନ୍ତି । ସେଥିମଧ୍ୟରୁ ପ୍ରାୟ ୫ଲକ୍ଷ ୪୩ହଜାର ୬୯୯ଜଣ କାର୍ଡ ଧାରୀ ଅଛନ୍ତି ଯେଉଁମାନଙ୍କୁ କି ରାଜ୍ୟସରକାର ରାସନ୍ ଆବଂଟନ କରିପାରୁନାହାଁନ୍ତି । ଯାହାକୁ ଆମେ ଗୁପ୍ତ ରାସନକାର୍ଡ ବୋଲି କହୁଛୁ । ଏ ଗୁପ୍ତ ରାସନକାର୍ଡଧାରୀ କେଉଁମାନେ ଏବଂ ଭୂତ ରାସନକାର୍ଡ କାହାର ଏବଂ ପ୍ରତ୍ୟେକ ମାସରେ ୨୯ହଜାର ୪୯୭ଟନ୍ ଖାଦ୍ୟଶସ୍ୟ କିଏ ଖାଉଛି ରାଜ୍ୟସରକାର ପ୍ରଥେମ ତା’ର ଉତର ରଖନ୍ତୁ । ପ୍ରତ୍ୟେକ ମାସରେ ପାଖାପାଖି ୩୦ହଜାର ଟନ୍ ଖାଦ୍ୟଶସ୍ୟ ଗରିବ ମାନଙ୍କ ଉଦ୍ଦେଶ୍ୟରେ ମୋଦି ସରକାର ପଠାଉଥିବା ସମୟରେ ଗରିବ ନାଁରେ ଓଡିଶା ସରକାର ଏହାକୁ ହରିଲୁଟ୍ କରୁଛନ୍ତି ।
ବିଜେପି ପକ୍ଷରୁ ପଚରାଯାଇଥିବା ଏ ପ୍ରଶ୍ନରେ ବିଜୁଜନତା ଦଳ ପକ୍ଷରୁ କୁହାଯାଇଥିଲା ଯେ, ଆମ ପାଖରେ ଭୋଗସ ରାସନକାର୍ଡ କିଛି ନାହିଁ । ଭୋଗସ ରାସନକାର୍ଡ ଥିବା ୫ଲକ୍ଷ ଲୋକ ବାହାରକୁ ପଳାଇଯାଇଛନ୍ତି । କିନ୍ତୁ ଗତ ୨୭ତାରିଖ ଦିନ ସମ୍ବଲପୁରର ସାଂସଦ ଶ୍ରୀଯୁକ୍ତ ନୀତିଶ ଗଙ୍ଗଦେବ ସଂସଦରରେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଗୋଟିଏ ପ୍ରଶ୍ନ କରିଥିଲେ ଯେ ଭାରତବର୍ଷରେ କେଉଁ ରାଜ୍ୟରେ କେତେ ଫର୍ଜରୀ ରାସନକାର୍ଡ ବା ଭୋଗସ ରାସନକାର୍ଡ ରହିଛି ଏବଂ କେତେ କେଉଁ କେଉଁ ରାଜ୍ୟ ଗତ ୩ବର୍ଷ ଭିତରେ ଅବିରତ କରିଛନ୍ତି । ଓଡିଶାକୁ ଛାଡି ବାକି ରାଜ୍ୟ ଭୂତ ରାସନକାର୍ଡଧାରୀଙ୍କୁ ଅବିରତ କରିଛନ୍ତି । ରାଜ୍ୟରେ ୫ଲକ୍ଷ ୪୩ହଜାର ଲୋକ ଓଡିଶାରେ ରାସନ୍ ନେଉନାହାଁନ୍ତି । ଏହାର ତଥ୍ୟ ଓଡିଶା ସରକାରଙ୍କ ପାଖରେ ନାହିଁ । ରାଜ୍ୟରେ ରାସନ ହଡପ ହେଉଛି କିନ୍ତୁ ଗତ ୩ବର୍ଷ ଭିତରେ ୨୦୧୮-୨୦୨୦ରେ ରାଜ୍ୟ ସରକାର ଗୋଟିଏ ବି ଲୋକର ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଅବିରତ କରିନାହାଁନ୍ତି । ୫ଲକ୍ଷ ଲୋକଙ୍କର ରାସନ୍କୁ ରାଜ୍ୟ ସରକାର ହିଁ ହଡପ କରିଛନ୍ତି । ରାଜ୍ୟ ସରକାର ଗରିବ ଲୋକଙ୍କର ରାସନ୍କୁ ବିକି ଖାଉଛନ୍ତି ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି ।
ଆଜି ବି ସବୁ ପଂଚାୟତ, ବ୍ଲକ, ମ୍ୟୁନିସିପାଲଟିରେ ହଜାର ହଜାର ଲୋକ ରାସନକାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ତାଙ୍କର ଯୋଗ୍ୟତା ଅଛି କିନ୍ତୁ ରାଜ୍ୟ ସରକାର ଚରମ ଅବହେଳା ପ୍ରଦର୍ଶନ କରି ସେମାନଙ୍କୁ ରାସନକାର୍ଡ ଓ ରାସନ ଯୋଗାଉନାହାଁନ୍ତି । ଓଡିଶାର ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଗଣାରେ ରାସନ ଯୋଗାଉଥିବା ସମୟରେ ରାଜ୍ୟ ସରକାର ରାସନ ଲୋକଙ୍କ ପାଖରେ କାହିଁକି ପହଂଚାଉନାହାଁନ୍ତି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ନଦେଇ ରାଜ୍ୟ ସରକାର ଗରିବ ମାରଣ ନୀତି ଆପଣାଇଛନ୍ତି । ଓଡିଶାରେ ଯେଉଁ ଜନସାଧାରଣ ଓ ଗରିବ ଲୋକମାନେ ରାସନକାର୍ଡ ପାଇଁ ଆବେଦନ କରିଛନ୍ତି ତୁରନ୍ତ ତାକୁ ସର୍ଭେ କରାଯାଇ ହିତାଧିକାରୀ ମାନଙ୍କୁ ରାସନ୍କାର୍ଡ ଯୋଗାଇଦିଆଯାଉ । ଯାହାଫଳରେ କି ନରେନ୍ଦ୍ର ମୋଦୀ ଯେଉଁ ଗରିବ କଲ୍ୟାଣ ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷାରେ ଯେଉଁ ରାସନ୍ ଯୋଗାଇଦେଉଛନ୍ତି ତାହା ସମସ୍ତଙ୍କୁ ମିଳିପାରିବ । ଏହା ସହ ୫ଲକ୍ଷ ୪୩ହଜାର ଭୂତ ରାସନକାର୍ଡଧାରୀଙ୍କ ରାସନ କିଏ ହଡପ କରୁଛି ରାଜ୍ୟ ସରକାର ତାହା ସ୍ପଷ୍ଟ କରିବାକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।