ତେବେ ଉତ୍ତେଜନା ଅଧିକ ହେବାରୁ ଦିଲ୍ଲୀ ପୁଲିସ ପକ୍ଷରୁ ୟୁନିର୍ଭସିଟିରେ ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ପ୍ରଦର୍ଶନକାରୀଙ୍କୁ ପୁଲିସ ହେପାଜତକୁ ନେଇଛି। ପରିସ୍ଥିତିକୁ ନଜରରେ ରଖି କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀଙ୍କ କହିବା ମୁତାବକ, ବିବାଦୀୟ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିବା ପାଇଁ ଭିମ୍ ଆର୍ମି ଷ୍ଟୁଡେଣ୍ଟ ଫେଡେରେସନ୍ ଘୋଷଣା କରିଥିଲା। ଏନଏସୟୁଆଇ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଆର୍ଟ୍ସ ଫାକଲ୍ଟି ବାହାରେ ୪ଟା ବେଳେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିବାକୁ ଘୋଷଣା ହୋଇଥିଲା।
ଯାହାକୁ ନେଇ ପୁଲିସ ଆର୍ଟ ଫାକଲ୍ଟି ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା। ଏହାକୁ ନେଇ କିଛି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସୁରକ୍ଷାକର୍ମୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ଖୋଦ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ବର ଅନେକ ଦେଶର ନେତା ବିରୋଧ କରିସାରିଥିବା ବେଳେ ଆମେ ଦେଶର କିଛି ଅସାମାଜିକ ତତ୍ତ୍ବ ପ୍ରଧାନମନ୍ତ୍ରୀଙ୍କ ଛବିକୁ ଖରାପ କରିବା ଉଦ୍ଦେଶ୍ୟରେ ଏହାକୁ ବିଭିନ୍ନ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଯୋଜନାବଦ୍ଧ ସ୍କ୍ରିନିଂ ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଯାହାକୁ ଛାତ୍ର ସମାଜ ବିରୋଧ କରିଛି । ସୁପ୍ରିମକୋର୍ଟ ଯେଉଁ ପ୍ରସଙ୍ଗରେ କ୍ଲିନ୍ ଚିଟ୍ ଦେଇ ସାରିଛନ୍ତି ସେହି ବିଷୟ ଉପରେ ଆଧାରିତ ବିବିସିର ଡକ୍ୟୁମେଣ୍ଟାରୀକୁ ଦେଶରେ ବିଷ ବୁଣିବା ପାଇଁ ବ୍ୟବହାର କରାଯାଉଛି । ଆଉ ଏହି ଦେଶ ବିରୋଧୀ ତତ୍ତ୍ବଙ୍କୁ ସମର୍ଥନ ଦେଇ ଏକ୍ସପୋଜ ହୋଇଛନ୍ତି କଂଗ୍ରେସ ଓ ବିଭିନ୍ନ ବାମ ଦଳ।
ଭାରତ ଖବର ଆହୁରି ପଢ଼ନ୍ତୁ ।