ଅପରପକ୍ଷେ ଅପରେସନ ଦୋସ୍ତ ଜରିଆରେ ଭାରତ, ତୁର୍କୀ ଓ ସିରିୟାରେ ସହାୟତା ଜାରି ରହିଛି । ତୁର୍କୀର ହତାୟଠାରେ ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲରେ ଲଗାତାର ଲୋକଙ୍କ ଚିକିତ୍ସା କରାଯାଇଛି । ଏବେ ସୁଦ୍ଧା ସେଠାରେ 106 ଜଣଙ୍କୁ ଭର୍ତ୍ତି କରାଗଲାଣି । ପ୍ରବଳ ଥଣ୍ଡା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଉଭୟ ତୁର୍କୀ ଓ ସିରିୟାର ପ୍ରାୟ 8 ଲକ୍ଷ 70 ହଜାର ଲୋକେ ଖାଦ୍ୟ ଆବଶ୍ୟକ କରୁଛନ୍ତି । କେବଳ ସିରିୟାରେ 53 ଲକ୍ଷ ଲୋକ ବେସାହାର ହୋଇଥିବା ଜାତିସଂଘ କହିଛି ।
ସେହିପରି ତୁର୍କୀ ଏବଂ ସିରିୟାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆମେରିକାର ମହାକାଶ ସଂସ୍ଥା ନାସା ଏହାର ସାଟେଲାଇଟ୍ ଚିତ୍ର ଜରିଆରେ ସାହାଯ୍ୟ କରୁଛି ।