ଆଉ ଏହା ପରେ ବିଜେଡି ମୁଖିଆ ଭୋଟ ପାଇଁ ଇନପୁଟ ସବସିଡ଼ି,ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଓ କେନ୍ଦୁ ପତ୍ର ତୋଳାଳିଙ୍କ ଲାଗି ସହାୟତା ଭଳି ପଦ୍ମପୁର ବାସୀଙ୍କୁ ଗୋଟିଏ ପରେ ଗୋଟିଏ ଲଲିପପ ଧରାଇବାକୁ ବି ପଛାଇ ନାହାନ୍ତି । ତେବେ ଏହାରି ଭିତରେ ଆସନ୍ତା କାଲି ପଦ୍ମପୁର ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ।
ଯାହାକୁ ବିଜେପି କ୍ୟାମ୍ପ ବେସ ଉତ୍ସାହିତ । କାରଣ ଫସଲବୀମା କୁ ନେଇ ଚାଷୀଙ୍କ ଭିତରେ ବିଜେଡି ଯେଉଁ ଭ୍ରମ ସୃଷ୍ଟି କରିଛି ନିର୍ବାଚନି ମଇଦାନରେ ତାହାର ପୋଲ ଖୋଲିବେ କେନ୍ଦ୍ର କୃଷି ମନ୍ତ୍ରୀ । କିପରି ରାଜ୍ୟ ସରକାରଙ୍କ ଭୁଲ ନୀତି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମାରୁ ବଞ୍ଚିତ କରିଛି ତାହାର ଜବାବ ବି ରଖିବେ ।
ସେପଟେ ପଦ୍ମପୁରର ଆରମ୍ଭ ହୋଇଥିବା ଚାଷୀ ତାତି ବିଧାନସଭାରେ ଝଡ଼ ସୃଷ୍ଟି କରିଛି । ଶୁକ୍ରବାର ପ୍ରବଳ ହଟ୍ଟଗୋଳ ପରେ ଶନିବାର ମୁଲତବୀ ଜରିଆରେ ଚାଷ ଓ ଚାଷୀ ସମସ୍ୟାକୁ ନେଇ ହୋଇଥିଲା ଆଲୋଚନା । ତେବେ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ବେଳେ କୃଷି ମନ୍ତ୍ରୀ କି ସମବାୟ ମନ୍ତ୍ରୀ ଅନୁପସ୍ଥିତ ରହିବା ଏବଂ ତାଙ୍କ ବଦଳରେ କା ମନ୍ତ୍ରୀ ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖିବାକୁ ନେଇ ବର୍ଷି ଥିଲେ ବିରୋଧୀ ।
ବିଜେପି ଏହାକୁ ବିରୋଧ କରି ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେବା ସହ ଶେଷରେ ଉଭୟ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ । ଆଉ ମନ୍ତ୍ରୀ ଉତ୍ତରରେ କହିଥିଲେ ସରକାର ଚାଷୀଙ୍କ ପାଇଁ ସବୁ କିଛି କରୁଛନ୍ତି ଜଣେ ମନ୍ତ୍ରୀ ଅନୁପସ୍ଥିତ ଥିବା ବେଳେ ତାଙ୍କ ପାଇଁ ଉତ୍ତର ପଢିଲେ କିଛି ଅସୁବିଧା ନାହିଁ ।
ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦେଖିବାକୁ ମିଳିଥିବା ପଦ୍ମପୁରର ବଡ଼ ପ୍ରଭାବ ।ଏମିତି ଭାବେ ଖାଲି ପଡିଥିଲା ବିଧାନସଭା ର ଅନେକ ଆସନ । 10 ଉର୍ଦ୍ଧ୍ବ ମନ୍ତ୍ରୀ ଙ୍କ ସମେତ ଶାସକ ଦଳର 50 ରୁ ଅଧିକ ବିଧାୟକ ଅନୁପସ୍ଥିତ ରହିଥିଲେ । ତେବେ ଏଠାରେ ପ୍ରଶ୍ନ ପଦ୍ମପୁର ପ୍ରଚାର ଆଗ ନା ବିଧାନସଭା ? ଲୋକଙ୍କ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନା ଦଳୀୟ ପ୍ରଚାର ?