ସୂଚନାନୁସାରେ, ଯେଉଁଭଳି ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । କୋଭିଡର ୨ୟ ଲହର ଅନେକ ଭୟଭୀତ ହୋଇପଡୁଛି। ଏଥିରେ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି।
ବିଜୟ କାଶ୍ୟପଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, "ଉତ୍ତରପ୍ରଦେଶ ସରକାରରେ ବିଜେପି ନେତା ତଥା ମନ୍ତ୍ରୀ ବିଜୟ କାଶ୍ୟପ ଜୀଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ସେ ଦେଶର ଜଣେ ନେତା ଥିଲେ ଏବଂ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ଥିଲେ । ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ମୋର ସମବେଦନା ତାଙ୍କ ପରିବାର, ପରିଜନ ତଥା ପ୍ରଶଂସକଙ୍କ ପ୍ରତି ରହିଛି ।