ଭାରତର ଦମ୍ଦାର ବିଜୟ । ଆଇସିସି 19 ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଦମ୍ଦାର ବିଜୟ ସହ ଏଣ୍ଟ୍ରି ମାରିଛି କ୍ୱାର୍ଟର ଫାଇନାଲରେ । ଗ୍ରୁପ୍ ଏ’ରେ ଆଜି ଭାରତ ଓ ଜାପାନ୍ ମଧ୍ୟରେ ହୋଇଥିଲା କଡ଼ା ମୁକାବିଲା । ଏହି ମୁକାବିଲାରେ ଜାପାନକୁ 10 ଓ୍ୱିକେଟ୍ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ ।
ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଭାରତ ଜାପାନକୁ 22.5 ଓଭରରେ ମାତ୍ର 41 ରନରେ ଅଲ୍ ଆଉଟ କରିଥିଲା । 42 ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ବିନା କୌଣସି ଓ୍ୱିକେଟ୍ ହରାଇ 4.5 ଓଭରରେ ନିର୍ଦ୍ଧାରିତ ଲକ୍ଷ ପାର୍ କରି ବିଜୟ ହାସଲ କରିଛି । ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ ସର୍ବାଧିକ 29 ରନ୍ କରିଛନ୍ତି । ସୂଚନା ଯୋଗ୍ୟ ଜାପାନ ପ୍ରଥମ ଥର ପାଇଁ ବିଶ୍ୱ କପ୍ କ୍ରିକେଟ୍ରେ ପାଦ ଦେଇଛି । ଜାପନର 41 ରନ୍ ମଧ୍ୟରୁ 22 ରନ୍ ବ୍ୟାଟ୍ସ ମ୍ୟାନ୍ କରିଥିବା ବେଳେ 19 ରନ୍ ବୋଲରଙ୍କ ଭୁଲ୍ କାରଣରୁ ଏକ୍ସଟ୍ରା ପାଇଛନ୍ତି । ଆଗମୀ ଲିଗ ମ୍ୟାଚରେ ଭାରତ ନ୍ୟୁଜଲାଣ୍ଡକୁ ଭେଟିବ ।
