ଶ୍ରୀ ପ୍ରଧାନ ଆସନ୍ତାକାଲି କଟକ ଷ୍ଟେସନରେ ଭଦ୍ରକ- ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ ସମାରୋହରେ ଯୋଗଦେବେ । ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଆୟୋଜିତ ‘ଓଡ଼ିଶାର କିମ୍ବଦନ୍ତୀଙ୍କ ଡାକ ଟିକଟ୍’ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହେବେ ।
ମାର୍ଚ୍ଚ ୩୧ ତାରିଖରେ ଭୁବନେଶ୍ୱର ସୋଆ ଅଡିଟୋରିୟମରେ ସାମାଜିକ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା @୧୦୦ ବଡ ଭାବିବା, ବଡ଼ ସ୍ୱପ୍ନ ଦେଖିବା’କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ।
ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ କୋରପୁଟ ଜିଲ୍ଲା ଦାମନଯୋଡି ପର୍ଯ୍ୟନ୍ତ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ । କୋଟିଆରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କୁ ଭେଟିବା ସହ କୋଟିଆ ଗ୍ରାମ ସମିତି ଦ୍ୱାରା ଆୟୋଜିତ ‘ଉତ୍କଳ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେବେ । ପରବର୍ତ୍ତୀ ସମୟରେ ଶ୍ରୀ ପ୍ରଧାନ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ କରିବେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରାଧ୍ୟାପକଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ