ସେମାନେ ବିବିସିର ମୁଖ୍ୟାଳୟରେ ବିରୋଧ ପ୍ରଦର୍ଶନ କରିବା ସହ ଲଣ୍ଡନର ବିଭିନ୍ନ ସହରରେ ଯେଉଁ ଠାରେ ବିବିସିର କାର୍ଯ୍ୟାଳୟ ରହିଛି ସେଠାରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ବିରୋଧ ପ୍ରଦର୍ଶନ ଆନ୍ଦୋଳନରେ କେବଳ ଯେ ଭାରତୀୟ ମାନେ ସାମିଲ ହୋଇ ଛନ୍ତି ତାହା ନୁହେଁ ବ୍ରିଟେନର ଗୋରା ମାନେ ମଧ୍ୟ ଭାରତର ଜଣେ ନିର୍ବାଚିତ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବିବିସିର ଏପରି ଦୁଃପ୍ରଚାର ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ବିବିସି ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକ ମାନେ ଶେମ ଅନ ବିବିସି ବୋଲି ନାରା ଦେବା ସହ ଏହି ପ୍ରପାଗଣ୍ଡା ଡକ୍ୟୁମେଣ୍ଟାରୀ କୁ ବ୍ରିଟେନରେ ମଧ୍ୟ ବ୍ୟାନ କରିବାକୁ ଦାବି କରିଥିଲେ । ଏବା ବାଦ ସେମାନେ ବୟକଟ ବିବିସି, ଷ୍ଟପ ଦି ହିନ୍ଦୁ ଫୋବିକ ନ୍ୟାରେଟିଭ, ଭାରତ ମାତା କି ଜୟ ଭଳି ନାରା ଦେବା ସହ ଏହା ଲେଖାଥିବା ପ୍ଲାକାର୍ଡ ମାନ ଲହରାଇବା ଦେଖା ଯାଇଥିଲା ।
ଏହି ପ୍ରଦର୍ଶନକାରୀ ମାନେ କହିଥିଲେ ଯେ ବିବିସି ଦ୍ୱାରା ଜାରୀ କରାଯାଇଥିବା ଏହି ଡକ୍ୟୁମେଂଟାରୀ ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଏକ ଦୁଃପ୍ରଚାର ଅଭିଯାନର ଅଂଶବିଶେଷ । ମୋଦୀଙ୍କ ନାମରେ ସମ୍ପୂର୍ଣ୍ଣ ଅମୂଳକ ଓ ମିଥ୍ୟା କଥା ମାନ ଏଥିରେ କୁହାଯାଇଛି।
ସେମାନେ କହିଛନ୍ତି ଯେ ଭାରତର ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ମାମଲାରେ ତାଙ୍କର ଦୋଷ ନାହିଁ ବୋଲି ସ୍ପଷ୍ଟ କରି ସାରିଛନ୍ତି । ସୁପ୍ରିମକୋର୍ଟ ଦ୍ୱାରା ମନିଟରିଂ କରି ଜାଂଚ କରାଯିବା ପରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ଏହା ସତ୍ତ୍ୱେ ବିବିସି ସୁପ୍ରିମକୋର୍ଟଙ୍କ ଉପରେ ପ୍ରଶ୍ନ ଉଠାଇଛି । ଭାରତର ସୁପ୍ରିମକୋର୍ଟ ଉପରେ ପ୍ରଶ୍ନ ଉଠାଇବାକୁ ବିବିସି କିଏ ।
ପ୍ରଦର୍ଶନକାରୀ ମାନେ କହିଛନ୍ତି ଯେ 2024 ମସିହାରେ ନରେନ୍ଦ୍ର ମୋଦୀକୁ ରୋକିବାକୁ ଏଭଳି ସମସ୍ତ ଶକ୍ତି ମାନେ ଏକାଠି ହୋଇଯାଇଛନ୍ତି ଯେଉଁ ମାନେ ଭାରତରେ ଶକ୍ତିଶାଳୀ ସରକାର ରହୁ ବୋଲି ଚାହାନ୍ତି ନାହିଁ । 2024 ମସିହାରେ ନିର୍ବାଚନ ଯେତେ ପାଖେଇ ପାଖେଇ ଆସିବ ସେତେ ସେତେ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତ ଏବଂ ହିନ୍ଦୁଙ୍କ ବିରୁଦ୍ଧରେ୍ ଅପପ୍ରଚାର ବଢି ଚାଲିବ ।
ଆଉ ଜଣେ ପ୍ରଦର୍ଶନକାରୀ କହିଛନ୍ତି ଯେ ବିବିସିକୁ ଏହି ପ୍ରଶ୍ନର ଉତ୍ତର ଦେବା ଉଚିତ ଯେ ସେମାନେ ଗୋଧରାରେ ଟ୍ରେନକୁ ନିଆଁ ଲଗାଇ ପୋଡି ଦେଇଥିବା ରାମଭକ୍ତ ମାନଙ୍କ ପରିବାର ସହ କଣ କେବେ ସାକ୍ଷାତକାର କରିଛନ୍ତି । ଏଭଳି ଭାରତ ବିରୋଧୀ ଘୃଣାରେ ଭରପୁର ବିବିସିକୁ ଏହି ରିପୋର୍ଟ ପାଇଁ କ୍ଷମାମାଗିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି ।
ବିଦେଶ ଖବର ଆହୁରି ପଢନ୍ତୁ ।