ଭିଡିଓରେ ଏକ ଅଟୋମେଟ୍ କାର୍ ଆପଣମାନେ ଦେଖିପାରୁଥିବେ । ଏହି କାର୍ ରିପ୍ୟାରିଂ ପାଇଁ କାର୍ ମାଲିକାଣି ଗ୍ୟାରେଜ୍ରେ ଠିଆ କରିଦେଇ ଯାଇଛନ୍ତି। ମେକାନିକ୍ ଜଣଙ୍କ କାର୍ର ରିପ୍ୟାରିଂରେ ଲାଗିପଡିଛନ୍ତି । ଗାଡି ଷ୍ଟାର୍ଟ କରି ବୋନେଟ ପାର୍ଶ୍ୱର ରିପ୍ୟାରିଂ କରୁଥିଲେ। ହଠାତ୍ ଏହି ସମୟରେ କାର୍ଟି ଚଢିଗଲା ମେକାନିକ୍ ଉପରେ।
ହଠାତ୍ କାର୍ଟି ଚାଲିଆସି ମେକାନିକ୍ ଉପରେ ଚଢିଯିବାରୁ ବ୍ୟକ୍ତି ଜଣଙ୍କ ଏକ ଲୁହାର ସଟରରେ ଚାପି ହୋଇଯାଇଥିଲେ। ଏହି ସମୟରେ କାର୍ ରଖିକି ଯାଇଥିବା ମହିଳ ଜଣଙ୍କ ଘଟଣାସ୍ତଳରେ ପହଞ୍ଚି କାର୍କୁ ପଛକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ମେକାନିକ ସମ୍ପୁଣ୍ଣ ଭାବେ ଗୁରୁତର ହୋଇ ସାରିଥିଲେ ।
ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ ୧ଲକ୍ଷ ୮୭ ହଜାର ରୁ ଅଧିକ ଲୋକ ଦେଖିସାରିଲେଣି। ସେହିପରି ଏହି ଭିଡିଓକୁ ୪ ହଜାର ୩୦୦ ଲାଇକ୍ ମିଳିସାରିଛି। ତେବେ ଭିଡିଓ ଦେଖିଥିବା ଲୋକ ମଧ୍ୟ ଡରି ଯାଇଥିବା ସୂଚନା। କମେଣ୍ଟରେ ସାବାଧାନ ରହିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଭିଓର୍ସ। ଭିଡିଓଟି ଲୋକଙ୍କୁ ଚେତାବନୀ ଦେଉଛି ଯେ, ଯଦି ଏକ ସ୍ୱୟଂଚାଳିତ କାର ଖରାପ୍ ହୁଏ, ତେବେ ଏହା ସାମ୍ନାରେ ଠିଆ ହୁଅନ୍ତୁ ନାହିଁ ଏବଂ ଏ କଥା ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ କହି ଦିଅନ୍ତୁ।
ଭାରତ ଖବର ଆହୁରି ପଢ଼ନ୍ତୁ ।