ବିଶ୍ୱ ଭାରତୀ ପକ୍ଷରୁ ଦିଆଯାଇଥିବା ଏହି ପତ୍ରରେ ଦାବି କରାଯାଇଛି ଯେ ଅମର୍ତ୍ୟ ସେନ ବିଶ୍ୱ ଭାରତୀର 13 ଡେସିମିଲ ଜମି ଉପରେ କବଜା କରିଛନ୍ତି । ତେଣୁ ଆଇନ ଅନୁସାରେ ତାଙ୍କୁ ଏହି ଜମିରୁ କାହିଁକି ଉଚ୍ଛେଦ କରାଯିବ ନାହିଁ ବୋଲି ନୋଟିସରେ ପ୍ରଶ୍ନ କରାଯାଇଛି। ଏହି ଜମିକୁ ନେଇ ବିବାଦ ନୁଆ ନୁହେଁ । ଏହି ବିବାଦ ଖୁବ ପୁରୁଣା । ଯେତେବେଳେ ଅମର୍ତ୍ୟ ସେନ ବିଶ୍ୱ ଭାରତୀରେ ଥିଲେ ସେତେବେଳେ ବିଶ୍ୱ ଭାରତୀ ପକ୍ଷରୁ ତାଙ୍କୁ ପତ୍ର ଲେଖାଯାଇଥିଲା ।
ସେଥିରେ କୁହା ଯାଇଥିଲା ଯେ ଅମର୍ତ୍ୟ ସେନ ବିଶ୍ୱ ଭାରତୀର 13 ଡେସିମିଲ ଜମି ଉପରେ ବେଆଇନ ଭାବେ କବଜା କରିଛନ୍ତି । ଉକ୍ତ ଜମିକୁ ଅତିଶୀଘ୍ର ଫେରାନ୍ତୁ । ସେତେବେଳେ ଅମର୍ତ ସେନ କହିଥିଲେ ଯେ ତାଙ୍କ ଘରର ଜମିର କିଛି ଅଂଶ ବିଶ୍ୱ ଭାରତୀ ଠାରୁ ଲିଜରେ ନିଆ ଯାଇଥିଲା ଓ କିଛି ଜମି କ୍ରୟ କରାଯାଇଥିଲା । ବିଶ୍ୱ ଭାରତୀର ଅଧିକାରୀ ମାନେ ମିଛ କହୁଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ କିଛି ଦିନ ପୂର୍ବରୁ ପ୍ରଫେସର ଅମର୍ତ୍ୟ ସେନ ତାଙ୍କ ପିତା ଆଶୁତୋଷ ସେନଙ୍କ ପରିବର୍ତେ ନିଜ ନାମକୁ ପଟ୍ଟାଧାରକ ଭାବେ ପଂଜୀକରଣ କରିବାକୁ ଆବେଦନ କରିଥିଲେ । ବୋଲପୁର ଭୂମି ଓ ଭୂମି ସୁଧାର ବିଭାଗରେ ତାଙ୍କ ମାମଲାର ଶୁଣାଣୀ ହୋଇଥିଲା । ଅମର୍ତ୍ୟ ସେନ ଓ ବିଶ୍ୱ ଭାରତୀ ବିଶ୍ୱ ବିଦ୍ୟାଳୟର ଓକିଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେଠାରେ ଶୁଣାଣୀ ହେବା ପରେ ମଧ୍ୟ ସମସ୍ୟାର କୌଣସି ସମାଧାନ ବାହାରି ନଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର: