ତେବେ ଏହି ଛୁଟି ଶେଷ ହେଲେ ମନ କଷ୍ଟ ହୁଏ ସେ କଥା ଅଲଗା । ହେଲେ ଆଉ କାମ କରିବାକୁ ମନ ନହେବା,ବିରକ୍ତ ଅନୁଭବ ହେବା ସାଧାରଣ କଥା ନୁହେଁ । ହୁଏତ ଆପଣ ମଣ୍ଡେବ୍ଲୁର ଶିକାର ହୋଇଛନ୍ତି । ସପ୍ତାହ ଆରମ୍ଭରେ କାମରେ ମନ ନଲାଗିବା , ବିରକ୍ତ ଅନୁଭବ କରିବା ସହ ନିଜର ଶହେ ପ୍ରତିଶତ ଦକ୍ଷତା ଦେଇନପାରିବାକୁ ମଣ୍ଡେବ୍ଲୁ କୁହାଯାଏ । ତେବେ ଏହାର ପ୍ରଭାବ ଆପଣଙ୍କ ଚାକିରୀ ଜୀବନକୁ ପ୍ରଭାବିତ କରିପାରେ । ତେଣୁ ସଚେତନ ହୁଅନ୍ତୁ । ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ ଆପଣ ମଣ୍ଡେବ୍ଲୁ କାହିଁକି ଅନୁଭବ କରୁଛନ୍ତି । ମଣ୍ଡେବ୍ଲୁର ଦୁଇଟି ପ୍ରମୁଖ କାରଣ ହେଉଛି ଚାକିରୀରେ ସନ୍ତୁଷ୍ଟ ନଥିବା କିମ୍ବା ଚାକିରୀରେ କାମରେ ଅଧିକ ଚାପ ଅନୁଭବ କରିବା । ଆପଣ ଭାବୁଥିବେ ମଣ୍ଡେବ୍ଲୁରୁ ମୁକୁଳିବା କିପରି ? ଏଥିରୁ ମୁକୁଳିବା ପାଇ ଆପଣ କ’ଣ କରିପାରିବେ ? ପ୍ରଥମତ ଆପଣ ନିଜ କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତୁ ଏବଂ ନିଜକୁ ସେହି ଅନୁସାରେ ମାନସିକ ଭାବରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତୁ । ଏହା ସହ ନିଜର ପସନ୍ଦର କିଛି କାର୍ଯ୍ୟ କରିବା ପାଇଁ ଦିନ ଶେଷରେ ଯୋଜନା ପ୍ରସ୍ତୁତ କରନ୍ତୁ । ଏହା ଆପଣଙ୍କୁ ଏହା ପୂର୍ବରୁ କରୁଥିବା କାମ କରିବାକୁ ଉତ୍ସାହିତ କରିବ । ପ୍ରତିଦିନ ଧ୍ୟାନ ଓ ପ୍ରାଣାୟମ କରନ୍ତୁ । ରାତିରେ ସଂପୂର୍ଣ୍ଣ ନିଦରେ ଶୋଇବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ଥିବା ସହକର୍ମୀଙ୍କ ସହ ବନ୍ଧୁତା କରନ୍ତୁ।
ଫଳରେ ଆପଣଙ୍କ ମନୋବଳ ବଢିବ । କାମ କରିବାରେ ଫୂର୍ତ୍ତି ଅନୁଭବ କରିବେ । ନିଜକୁ ତଥା ନିଜ କାମକୁ ନେଇ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ । ଏହାପରେ ମଧ୍ୟ ଆପଣ ମଣ୍ଡେବ୍ଲୁର ଅନୁଭବ କରୁଥିଲେ ଅନ୍ୟ ମାନସିକ ରୋଗର ଶିକାର ହେବାର ସମ୍ଭାବନାକୁ ଦର୍ଶାଇ ଥାଏ । ଏହା ଆପଣଙ୍କୁ ଧୀରେ ଧୀରେ ଅଧିକରୁ ଅଧିକ ଉଦାସ କରିଦେବା । ଏଥିପ୍ରତି ଯତ୍ନବାନ ହେବା ନିହାତି ଜରୁରୀ । ତେଣୁ ଆବଶ୍ୟକ ଅନୁସାରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ଚାକିରୀ ଜୀବନରେ ଉନ୍ନତି ପାଇଁ ମାନସିକ ଶାନ୍ତି ନିତାନ୍ତ ଜରୁରୀ ।
ଭାରତ ଖବର ଆହୁରି ପଢ଼ନ୍ତୁ ।