ଆଉ ସିଗାରେଟ ମସ୍ତିଷ୍କକୁ ଖରାପ କରିଥାଏ। ସିଗାରେଟରେ ତବାକୁ, ନିକୋଟିନ୍ ପରି କ୍ୟାନ୍ସର ସୃଷ୍ଟି କରିବାର ତତ୍ତ୍ୱ ରହିଥାଏ। ଯେଉଥିପାଇଁ ହାର୍ଟ ଆଟାକ ପରି ସାଙ୍ଘାତିକ ରୋଗର ବପଦ ଅଧିକ ଥାଏ। ତେଣୁ ଏପରି ନିଶାରୁ ଦୂରେଇ ରୁହନ୍ତୁ ସୁନ୍ଦର ଆଉ ସୁସ୍ଥ ଜୀବନଯାପନ କରନ୍ତୁ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ସବୁଠାରୁ ମାରାତ୍ମକ କିଏ ? ସିଗାରେଟ୍ ନା ମଦ..? ଏଇଠି ଆମେ କହି ରଖିବୁ କି, ଭାରତରେ ନିସା ସେବନ ସଦାବେଳେ ବିପଦ ବୋଲି ମନେ କରାଯାଇଥାଏ। ସେ ସିଗାରେଟ ହୋଇଥାଉ କି ମଦ ହୋଇଥାଉ କି ଅଫିମ, ଗଞ୍ଜେଇ ଗୁଟଖା ପାନମସଲା .. ତେବେ ଆମକୁ ଜାଣିବାର ଅଛି ସିଗାରେଟ ନା ମଦ କେଉଁଠା ଆମ ପାଇଁ ବିପଦ..?
ମଦ ବ୍ୟକ୍ତିର ବ୍ରେନକୁ ଡିପ୍ରେସ କରିଥାଏ । ମଦ ଦ୍ୱାରା ଲିବର ଖରାପ ହୋଇଥାଏ।
ଆଉ ସିଗାରେଟ ମସ୍ତିଷ୍କକୁ ଖରାପ କରିଥାଏ। ସିଗାରେଟରେ ତବାକୁ, ନିକୋଟିନ୍ ପରି କ୍ୟାନ୍ସର ସୃଷ୍ଟି କରିବାର ତତ୍ତ୍ୱ ରହିଥାଏ। ଯେଉଥିପାଇଁ ହାର୍ଟ ଆଟାକ ପରି ସାଙ୍ଘାତିକ ରୋଗର ବପଦ ଅଧିକ ଥାଏ। ତେଣୁ ଏପରି ନିଶାରୁ ଦୂରେଇ ରୁହନ୍ତୁ ସୁନ୍ଦର ଆଉ ସୁସ୍ଥ ଜୀବନଯାପନ କରନ୍ତୁ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ସମ୍ବଲପୁରରେ ବିଜେପିର ମେଗା ମିଶ୍ରଣ ପର୍ବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସମାଜସେବୀ ରାମଦାସ ପଣ୍ତାଙ୍କ ସମେତ ବହୁ ଗଣମାନ୍ୟ ବ୍ୟକ୍ତି । ଏହି ଅବସରରେ ଜନସଭାକୁ ସମ୍ବୋଧନ କରି ରାଜ୍ୟର ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ଭଡ଼ାରେ ଯେଉଁ ନେତା ଆଣିଛନ୍ତି, ସେ ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି । କିନ୍ତୁ ବିଜେପି ସରକାର ଆସିଲେ ବନ୍ଦ କରାଯିବନାହିଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏଥିସହ ଲୋକଙ୍କ ଲାଭ ପାଇଁ ଓଡ଼ିଶାରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଫଳରେ ଦୁଇ ଗୁଣା ଲାଭ ପାଇବେ ଓଡ଼ିଶାବାସୀ ।
ସମ୍ବଲପୁରର ବିକାଶ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ଚୋର ମଚାଏ ସୋର - ୨୫ ବର୍ଷର ସରକାର କହୁଛନ୍ତି, ସମ୍ବଲପୁର କାହିଁକି ବିକାଶ ହୋଇ ନାହିଁ । ୨୫ ବର୍ଷର ସରକାର ଏହି ବିକାଶ କରିବା କଥା ନା ଆଉ କିଏ ? ୨୪ ବର୍ଷର ବିଜେଡି ଶାସନରେ ସମ୍ବଲପୁରରେ ରାସ୍ତା, ଡ୍ରେନଜ୍ ସମସ୍ୟା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ହୀରାକୁଦରେ ହଇଜା ବ୍ୟାପିବା ହିଁ ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା । ଆଧୁନିକ ଜୀବନଶୈଳୀର ଭିତ୍ତିଭୂମି ତିଆରି କରିବାରେ ବିଫଳ ସରକାର । ବିଜେଡି ସରକାର ଗଣତନ୍ତ୍ର ବିରୋଧୀ । ୧୦ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମ ନିର୍ବାଚନ କରାଯାଉନାହିଁ, ଅନ୍ୟପଟେ କୋର୍ଟ ବାହାନାରେ ପ୍ରସଙ୍ଗରୁ ମୁହଁ ଲୁଚାଉଛି ବିଜେଡି ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଧର୍ମେନ୍ଦ୍ର ଆହୁରି କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଆଧ୍ୟାତ୍ମିକ ସହର ସମ୍ବଲପୁରକୁ କାଶୀ ଭଳି ଭବ୍ୟ ଓ ପବିତ୍ରସ୍ଥଳୀ କରାଯିବ । ବିଜେଡିର ତାମିଲବାବୁଙ୍କୁ କଟାକ୍ଷ କରି ଧର୍ମେନ୍ଦ୍ର କହିଛନ୍ତି ୨୫ ବର୍ଷର ସରକାର ପାଖରେ ନେତା ନାହିଁ, ତାମିଲନାଡୁରୁ ନେତା ଆଣିଛନ୍ତି, ସେ ନେତା ନୁହେଁ ଗୁମାସ୍ତା । ପୁଣି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କହିଛନ୍ତି ପ୍ରାର୍ଥୀ ନୁହେଁ ଏଥର ସମ୍ବଲପୁରରୁ ଲଢୁଛନ୍ତି କ୍ରୀତଦାସ ।
ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କିନ୍ତୁ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର