ଏଇଠି ଦଳର ଆଳୁଦୋଷ ବାହାରେ। ଜାତିବାଦ ରାଜନୀତିକୁ ପ୍ରୋତ୍ସାହିତ କରୁଥିବା କଂଗ୍ରେସ ମୁଣ୍ଡିଆଳମାନେ ଚିନ୍ତା କରନ୍ତି କୌଣସି ଦଳିତ ଚେହେରାକୁ ସାମ୍ନାକୁ ଆଣିବାକୁ । ଦୃଷ୍ଟିକୁ ଆସନ୍ତି ଚରଣଜିତ୍ ସିଂ ଚନ୍ନି। କ୍ୟାପଟେନ୍ ଅମରିନ୍ଦର ବହିଷ୍କୃତ ହେବା ପରେ ମୁଖ୍ୟମନ୍ତ୍ରୀ ହୁଅନ୍ତି ଚନ୍ନି। କିନ୍ତୁ ଚନ୍ନିଙ୍କ ସହ ସିନ୍ଧୁଙ୍କ ପଡେନାହିଁ। ଫଳରେ ବିବାଦ ଦାଣ୍ଡରେ ପଡି ହାଟରେ ଗଡେ। ମୁଖ୍ୟମନ୍ତ୍ରୀ ହେବାକୁ ଲାଳାୟିତ ଥିବା ନବଜୋତ ସିଂ ସିଦ୍ଧୁଙ୍କ ମନ କଥା କଂଗ୍ରେସ ଉପର ମହଲାରେ ଚର୍ଚ୍ଚା ହୁଏ।
ହେଲେ ନିର୍ବାଚନ ଆଗକୁ ଥିବାରୁ ଆଉ କାହାରିକୁ ଦଳରୁ ବହିଷ୍କାର ନ କରି ଚନ୍ନିଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥି ଘୋଷଣା କରାଯାଏ। ଏଇଠି ମାଡ ଖାଇଯାଏ ବୁଦ୍ଧି। ଦଳିତ ନେତା ନୁହେଁ ଲୋକଙ୍କୁ କାମ କରୁଥିବା ପ୍ରାର୍ଥୀ ଲୋଡା, ଏ କଥା କଂଗ୍ରେସ ଭୁଲିଯାଏ। ସତ୍ତା ହାତେଇବାକୁ ଲାଳାୟିତ ହୋଇ ନିର୍ବାଚନ ଲଢେ। ଚେକ୍ ଦିଏ ଆମ ଆଦମୀ ପାର୍ଟି, ପାର୍ଟିର ଗୋଟିଏ ଷ୍ଟାଣ୍ଡ ଉତ୍ତମମାନର ଶିକ୍ଷା, ଲଘୁ ଦରରେ ବିଜୁଳି ଓ ପାନୀୟ ଜଳ ଯୋଗାଣ। ବାସ୍ ନିଦ୍ଧିଷ୍ଟ ମୁଦ୍ଦାକୁ ଆଧାର କରି ଦଳ ନୂଆ ମୁହଁରେ ନିର୍ବାଚନ ଲଢେ। ବିଜେପିର ସୁଦୃଢ ନେତୃତ୍ବ ନ ଥିବାରୁ ଫାଇଦା ନିଏ ଆପ୍। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଆଶାୟୀ ପରାସ୍ତ ହୁଅନ୍ତି। କଂଗ୍ରେସରୁ ବିଜେପିକୁ ଯାଇଥିବା ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ଚନ୍ନି ଓ ମୁଖ୍ୟମନ୍ତ୍ରୀ ହେବାକୁ ଲାଳାୟିତ ହୋଇ ନିନ୍ଦିତ ହେଉଥିବା ସିଦ୍ଧୁ ସମସ୍ତେ ପରାଜୟ ବରଣ କରନ୍ତି।