ଅନନ୍ତଙ୍କ ଅପେକ୍ଷା ଜାମନଗରକୁ ଖୁବ ଭଲପାଆନ୍ତି ରାଧିକା
ଜାମନଗର ସହ ଅନନ୍ତଙ୍କ ଏକ ସ୍ୱତନ୍ତ୍ର ସମ୍ପର୍କ। ଏହି ସ୍ଥାନ ଅନନ୍ତଙ୍କ ଜେଜେ ମାଙ୍କ ଜନ୍ମ ଭୁମି ଏବଂ ଜେଜେମାଙ୍କ କର୍ମଭୂମି। ଯେଉଁଥିପାଇଁ ପ୍ରି-ଓ୍ୱଡିଙ୍ଗ ଫଙ୍କସନ ପାଇଁ ଏହି ସ୍ଥାନ ବଛା ଯାଇଛି। ତେବେ ଅନନ୍ତଙ୍କଠାରୁ ରାଧିକାଙ୍କୁ ଜାମନଗର ଖୁବ ପସନ୍ଦ। ଏ ସମ୍ପର୍କରେ ଅନନ୍ତ କହୁନ୍ତି ମୋ ଠାରୁ ରାଧିକା ଏ ସ୍ଥାନକୁ ବହୁତ ଭଲ ପାହାନ୍ତି।
ଛୋଟବେଳର ଦୁଇ ସାଙ୍ଗ ହେବାକୁ ଯାଉଛନ୍ତି ଜୀବନସାଥି
ମୁକେଶ ଅମ୍ବାନି ଏବଂ ନିତା ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ଅନନ୍ତ ଏବଂ ରାଧିକା ପିଲାବେଳର ସାଙ୍ଗ। ଯଦିଓ ଉଭୟ ଭ ଅଲଗା ଅଲଗା ସ୍କୁଲ ଏବଂ କଲେଜରୁ ପାଠ ପଢିଛନ୍ତି କିନ୍ତୁ ଉଭୟେ ପରସ୍ପରର ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ ରହିଥିଲେ । ଯାହା ସେମାନଙ୍କ ମଧ୍ୟରେ ଥିବା ନିବିଡ ପ୍ରେମର କାରଣ ପାଲଟିଥିଲା। ଅନନ୍ତ ଅମ୍ବାନୀଙ୍କ ମୋଟାପା ସମସ୍ୟା ପରେ ମଧ୍ୟ ରାଧିକା ତାଙ୍କୁ ଛାଡି ନଥିଲେ। ଜୀବନସାଥି କରିବା ପାଇଁ ସ୍ଥିର କରିନେଇଥିଲେ। ରାଧିକା ଏହା ବୁଝିଥିଲେ ଜଣେ ବନ୍ଦୁ ହିଁ ଜଣେ ଉତ୍ତମ ଜୀବନସାଥି ହୋଇପାରିବ। ଅନନ୍ତ ରାଧିକାଙ୍କର ଜଣେ ଭଲ ବନ୍ଧୁ ଥିଲେ ଏବେ ଜୀବନସାଥି ହେବାକୁ ଯାଉଛନ୍ତି।
ଅଧିକ ଦେଖନ୍ତୁ :