ପଢନ୍ତୁ ସମ୍ପୂର୍ଣ୍ଣ ଘଟଣା ଟି, ଯାହା ଅପଣଙ୍କୁ ଚକିତ କରିଦେବା ଭଳି..
ଫେବୃଆରୀ 2010 ରେ ସଜିତା ନାମକ ଜଣେ 18 ବର୍ଷ ବୟସ୍କା ମହିଳା ପାଲକ୍କଡର ଆୟାଲୁର ଗାଁରୁ ପ୍ରେମିକ ରେହମାନ ସହ ନିଖୋଜ ହୋଇଯାଇଥିଲା। ପରେ ସେ ରେହମାନ ସହ ଏକ ଗୁପ୍ତ କୋଠରୀରେ ରହୁଥିଲା। ବଢେଇ ଭାବରେ କାର୍ଯ୍ୟ କରୁଥିବା ରେହମାନଙ୍କର ଏକ ଅଲଗା କୋଠରୀ ଥିଲା ଯାହାକୁ ସେ ତାଲା ପକାଇ ରଖିଥିଲେ ଏବଂ ତାଙ୍କ ପରିବାର ଜାଣିବାକୁ ଚାହୁଁ ଥିବାରୁ କାହାର ପ୍ରବେଶକୁ ଅନୁମତି ଦେଇନଥିଲେ। ସଜିତା ରୁମରେ ରହୁଥିଲେ, ସେଠାରେ ନିଜର ପୋଷାକ ଧୋଉଥିଲେ, ଇୟରଫୋନ୍ ବ୍ୟବହାର କରି ଏକ ଛୋଟ ଟିଭି ଦେଖୁଥିଲେ ଏବଂ ସେହି କୋଠରୀରେ ଦିନ ଅତିବାହିତ କରୁଥିଲେ। ରେହମାନ ତା ପରିବାରର କାହାକୁ ସେ ରୁମ୍ ଭିତରକୁ ପଶିବାକୁ ଦେଉ ନଥିଲା।
ତେବେ ତିନିମାସ ପୂର୍ବରୁ ସେ ତାଙ୍କ ଘର ଲୋକଙ୍କ ସହ ପାଟିତୁଣ୍ଡ କରି ଅଲଗା ଗାଁକୁ ପଳାଇଥିଲେ। ସଜିତା ବି ତାହା ସହ ଯାଇଥିଲା। ଘରୁ କୁଆଡେ ପଳାଇଥିବାରୁ ତା ଭାଇ ଥାନରେ କେସ ବି ଦେଇଥିଲେ। ତେବେ ଏତେ ପରେ ବି ପୋଲିସ ଧରି ପାରି ନଥିଲା। ମାତ୍ର ରେହମାନଙ୍କ ବଡ ଭାଇ ବଶିର ହଠାତ୍ ତାଙ୍କୁ ଭେଟିଥିଲେ ଯାହା ଦ୍ଵାରା ଏହି ଦମ୍ପତି ଅନ୍ୟ ଗ୍ରାମରେ ଭଡା ଘରେ ରହୁଥିବାର ଜଣା ପଡିଥିଲା। ପୋଲିସ ସେମାନଙ୍କୁ କୋର୍ଟରେ ହାଜର କରିବା ପରେ ସଜିତା, ରେହମାନଙ୍କ ସହ ରହିବାକୁ ଚାହୁଁଥିବା କହିବା ପରେ ସେମାନଙ୍କୁ ଏକାଠି ରହିବାକୁ ଅନୁମତି ଦିଆଯାଇଛି।