ଅଧିକ ପଢନ୍ତୁ : ଆଜି ବିଶ୍ବ ପରିବେଶ ଦିବସ, ପ୍ରକୃତିକୁ ନୂଆ ଜୀବନ ଦେବାକୁ ସଂକଳ୍ପ
କୋରାପୁଟର ପରିବେଶ ପ୍ରେମି ରବୀନ୍ଦ୍ର ରଣା ଲୋକଙ୍କୁ ପ୍ରକୃତି ପ୍ରତି ସଚେତନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଦୀର୍ଘ ୧୩ ବର୍ଷ ଧରି ପ୍ରକୃତିକୁ ବଞ୍ଚାଇବାକୁ ଜିଲ୍ଲାର ପ୍ରତି ବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିର, ଅନୁଷ୍ଠାନରେ ଲକ୍ଷାଧିକ ବୃକ୍ଷ ରୋପଣ କରିଛନ୍ତି ରବୀନ୍ଦ୍ର । କେବଳ ଏତିକି ନୁହେଁ ଗାଁରୁ ଗାଁ ବୁଲି ବୁଲି ସଚେତନତା ଅଭିଯାନ ଜାରି ରଖିଛନ୍ତି । ସର୍ବେକ୍ଷଣ ମୁତାବକ, ସମୁଦ୍ରକୁ ବର୍ଷକୁ ପ୍ରାୟ ୧୩ ନିୟୁତ ଟନ୍ ପ୍ଲାଷ୍ଟିକ୍ ପଦାର୍ଥ ଯାଉଥିବାରୁ ୧ଲକ୍ଷ ସାମୁଦ୍ରିକ ଜୀବ, ୨ ନିୟୁତ ସାମୁଦ୍ରିକ ପକ୍ଷୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ସହରାଞ୍ଚଳରେ ଗଦାଗଦା ବର୍ଜ୍ୟବସ୍ତୁ ପୋଡ଼ାଯିବାବେଳେ ସେଥିରୁ ଡାଇଅକ୍ସିନ୍ ଓ ଫ୍ୟୁରାନ୍ ଭଳି ବିଷାକ୍ତ ବାଷ୍ପ ନିର୍ଗତ ହୋଇ ଆଖପାଖରେ ରହୁଥିବା ଲୋକଙ୍କ ଭିତରେ କ୍ୟାନସର ଭଳି ମହାବ୍ୟାଧି ସୃଷ୍ଟି କରୁଛି ।
ପ୍ରକୃତି ବିନା ମାନବ ଜୀବନ ସମ୍ଭବ ନୁହେଁ, କିନ୍ତୁ ଏହା ସତ୍ତ୍ବେ ଆମେ ପରିବେଶକୁ କ୍ଷତି ପହଞ୍ଚାଉଛୁ ଓ ବିକାଶ, ଆଧୁନିକତାର ଦୌଡ଼ରେ ପ୍ରକୃତିଠାରୁ ଦୂରେଇ ଯାଉଛୁ । ବିଶ୍ବ ପରିବେଶ ଦିବସରେ ଏବେଠାରୁ ପର୍ଯ୍ୟାବରଣ ସୁରକ୍ଷା ପାଇଁ ସରକାରଙ୍କ ସମେତ ସମସ୍ତ ଜନତା ଯତ୍ନବାନ ହେବା ଆବଶ୍ୟକ ରହିଛି ।