ଏହି ଆନ୍ଦୋଳନକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭା ଏଚ.ଏମ୍.ଏସ୍ ସମର୍ଥନ ଜଣାଇଛି । ସରକାର ତୁରନ୍ତ କର୍ମଚାରୀ ଙ୍କ ଦାବୀ ପୂରଣ କରନ୍ତୁ ନଚେତ ଆସନ୍ତା ଜାନୁଆରୀ 30ତାରିଖରେ ସମୁହଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓଲ୍ହାଇବେ ବୋଲି ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କର୍ମଚାରୀ ସଂଘ । ଆଉ ଜଳ ଯୋଗାଣ ବନ୍ଦ ଫଳରେ ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଲେ ସରକାର ଦାୟୀ ରହିବେ ବୋଲି କହିଛନ୍ତି କର୍ମଚାରୀ ସଂଘ ।
ଜଳଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ବାତ୍ୟା, ବନ୍ୟା ଓ କରୋନା ମହାମାରୀ ସମୟରେ ନିରନ୍ତର ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ମଧ୍ୟ ତାଙ୍କୁ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉନାହିଁ । ଏପରିକି 25ବର୍ଷ ରୁ ଉର୍ଦ୍ଧ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉନାହିଁ । ସେହିପରି ଜନ ସ୍ଵାସ୍ଥ୍ୟ ବିଭାଗରେ ସର୍ବୋଚ୍ଚ ଯନ୍ତ୍ରୀ ପଦବୀ ଠାରୁ ଆରମ୍ଭ କରି ମୁଖ୍ୟ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀ ଦୀର୍ଘ ବର୍ଷ ଧରି ଖାଲି ପଡ଼ିଛି । ଫଳରେ କର୍ମଚାରୀଙ୍କ ସମସ୍ୟା ପ୍ରତି ଗୃହ ଓ ନଗର ଉନ୍ନୟନ ବିଭାଗ ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘ ।