ବିଜେପି ପାର୍ଟି ଅଫିସ୍ରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ। ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିଛନ୍ତି । ପୁରା ନିର୍ବାଚନ ପରିଚାଳନାର ସମୀକ୍ଷା କରିଛନ୍ତି । କିଏ କେଉଁ ଦାୟିତ୍ୱରେ ଅଛି କାର୍ଯ୍ୟକ୍ରମ କେମିତି ଚାଲିଛି ପ୍ରତିଟି ନେତାଙ୍କ ସହ କଥା ହୋଇଛନ୍ତି । ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ସବୁର ମଧ୍ୟ ସମୀକ୍ଷା କରିଛନ୍ତି ।
ସବୁଠୁ ବଡ କଥା ହେଲା ଟିକେଟ ନ ନେଇ ସଂଗଠନ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ଭୁରି ଭୁରି ପ୍ରଶଂଶା କରିଛନ୍ତି କଲେ । ତାଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଦେଇ ଜୋସ୍ ବଢ଼ାଇଲେ । ଏମିତିକି କିଏ କେତେ କାମ କରୁଛନ୍ତି, କେତେବେଳେ ଖାଉଛନ୍ତି, କାର୍ଯ୍ୟକର୍ତ୍ତାଙ୍କର ପ୍ରତିଟି କଥା ପଚାରି ବୁଝିଥିଲେ । ୧୯୮୬ ସଂଗଠନ ମନ୍ତ୍ରୀ ବେଳେ ପାର୍ଟି ଅଫିସ ଆସିଥିଲେ । ସେ କଥା ମନେ ପକାଇ ଭାବ ବିହ୍ଵଳ ହେଲେ । ସେତେବେଳେ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମନେ ପକାଇଲେ ।